ଶ୍ରୀମୟୀ ମିଶ୍ରଙ୍କ ନିଶାନା , ଭଣ୍ଡ ସନ୍ନ୍ୟାସୀ କିଏ ?

ଭୁବନେଶ୍ୱର : ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ନିଶାନା । ଯାହାକୁ ନେଇ ରାଜନୀତିକ ମହଲରେ ଜୋର୍ ଧରିଛି ଚର୍ଚ୍ଚା । ସୋସିଆଲ ମିଡିଆରେ ନିଶାନା କଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି । ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୁରେଇ ରହିବା ବା ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନରଖିବା ବ୍ରକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ଭାବେ ଗ୍ରହଣ କରିଥାଏ । କିନ୍ତୁ ଏଥିରେ ସନେ୍ଦହ କିମ୍ବା ବ୍ୟତିକ୍ରମ ହେଲେ ସମାଜ ଭର୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ରେ ପଛଘୁଞ୍ଚା ଦେଇ ନାହିଁ । ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଘଟଣା ଶୁରୁଛେ ବା ଦେଖୁଛେ । ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି ପର ମୁହୁର୍ତ୍ତରେ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି ।
ଏଯୁଗର କିଛି ସନ୍ନ୍ୟାସୀଙ୍କର ଭାଷାରେ ଏ ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ । ଏଭଳି କହିଛନ୍ତି ଶ୍ରୀମୀୟ । ତେବେ ଏହି ନିଶାନା ପରୋକ୍ଷରେ ଭି.କେ ପାଣ୍ଡିଆନଙ୍କୁ କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଶ୍ରିମୟୀଙ୍କର ଏକ ପୋଷ୍ଟରେ ଧୃତରାଷ୍ଟ୍ରଆକ୍ୟା ଦେଇ ସେ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିବା ବେଳେ ବତର୍୍ମାନ ଏହି ଭର୍ଡ ସନ୍ନ୍ୟାସୀ ଉପଖ୍ୟାନ ବିଜେଡି ଦଳ ମଧ୍ୟରେ ଫାଟକୁ ସ୍ପଷ୍ଟ ଜଣାଇ ଦେଉଛି । ତେବେ ଦଳ ପକ୍ଷରୁ କୌଣସି ପ୍ରତିତ୍ତୋର ଏଯାଏଁ ଆସିନାହିଁ ।