୧୨ବର୍ଷ ଧରି ଚାଲିଛି ଛାତ୍ରାବାସ ନିର୍ମାଣ ୪୦ ଶଯ୍ୟା ବିଶିଷ୍ଠ ଛାତ୍ରାବାସରେ ରହୁଛନ୍ତି ୧୩୦ ଛାତ୍ର
ାା ପ୍ରଭାନୁ୍ୟଜ ।ା ଜାରକା : ଶିକ୍ଷା ଭିତ୍ତିଭୂମି ଏବେ ଭୁଶୁୁଡିବାରେ ଲାଗିଛି । କୋଉଠି ଶିକ୍ଷକ ଅଭାବରୁ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଛି ତ କେଉଁଠି ପରିଚାଳନା ଗତ ତ୍ରୁଟି କାରଣରୁ ଦୁର୍ବଳ ହେଲାଣି ଶିକ୍ଷା ବ୍ୟବସ୍ତା । ପୂର୍ବ ସରକାର ସମୟରେ ଏକାଧିକ ବିଦ୍ୟାଳୟରେ ୫-ଟି କାର୍ଯ୍ୟ କରି ଘରଗୁଡିକୁ ଚକଚକ କରିଥିଲେ ମଧ୍ୟ ଏମିତି ବିଦ୍ୟାଳୟ ରହିଛି ଯୋଉଠି ଛାତ୍ରଛାତ୍ରୀ ରହି ପାଠ ପଢିବା ତ ଦୂରର କଥା ରହିବାକୁ ବି ସୁବିଧା ହେଉନାହିଁ ।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ଆବାସିକ ବିଦ୍ୟାଳୟରେ ଅନୁସୂଚିତ ଜନଜାତିର ଛାତ୍ର ମାନଙ୍କ ରହିବା ପାଇଁ ନିର୍ମିତ ହୋଇଥିବା ଛାତ୍ରାବାସ ନିର୍ମାଣର୧୨ବର୍ଷ ପରେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନଥିବା କାରାଣରୁ ପିଲା ଏବେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ ରାଜ୍ୟରେ ଅନୁସୂଚିତ ଜନଜାତିରୁ ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ଯେଉଁ ରାଜ୍ୟର ଅନୁସୂଚିତ ଜନଜାତିର ମହିଳା ଦେଶର ରାଷ୍ଟ୍ରପତି ପଦବୀରେ ବସିଛନ୍ତି । ସେହି ରାଜ୍ୟର ଅନୁସୂଚିତ ଜନଜାତିର ୧୩୦ପିଲା ଏବେ ପ୍ରଶାସନିକ ଚଞ୍ଚକତାର ଶିକାର ହୋଇ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି । ମାତ୍ର ୪୦ଶଯ୍ୟା ବିଶିଷ୍ଠ ଛାତ୍ରାବାସରେ ଏତେ ସଂଖ୍ୟାରେ ପିଲା ରହି ପାଠ ପଢ଼ି ଭବିଷ୍ୟତ ଗଢିବା ପାଇଁ ସଙ୍ଘର୍ଷ କରୁଛନ୍ତି । ମଶାରୀ ଟାଙ୍ଗିବାକୁ ଯାଗା ନାହିଁ କି ଭଲରେ ଟିକେ ଶୋଇବାକୁ ମଧ୍ୟ ଶଯ୍ୟା ନାହିଁ । ଯୋଉ ବଖରାରେ ୬ଟି ଶଯ୍ୟା ପଡିବା କଥା ସେହି ବଖରାରେ ପଡିଛି ୩୦ଟି ଶେଜ । ସ୍ନାନ, ଶୌଚ ସହିତ ବାସିବା ଉଠିବାରେ ବି ଅସୁବିଧା । ଏଥିରେ କିପରି ଗଢିବେ ଭବିଷ୍ୟତ ୧କୋଟି ୨୫ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମିତ ୨୦୦ଟି ଶଯ୍ୟା ବିଶିଷ୍ଠ ଗୃହ କାର୍ଯ୍ୟ ଶେଷ ନହେଉଣୁ ପୁର୍ବତନ ମୂଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଉଦଘାଟନ କରିଦେଲେ । ସତେବେଳେ ଦେଖିଲେ ନାହିଁ ଘର ପ୍ରକୃତରେ ନିର୍ମାଣ ସରିଛି ନା ଅଧାପନ୍ତରିଆ । ଅଧାପନ୍ତରିଆ ଘର ଏବେ ଠିକାଦାର କବଜାରେ ରହିଛି । ଗୃହ ନିର୍ମାଣକୁ ୧୨/୧୩ବର୍ଷ ପୁରିବାକୁ ବସିଲାଣି । ନିର୍ମିତ ଘର ଏବେ ଭୂତ କୋଠି ହେଲାଣି । ଉଦ୍ଘାଟିତ ହୋଇଥିବା ଘର କାହିଁକି ଏବେ ମଧ୍ୟ ଠିକାଦାର କବ୍ଜାରେ ରହିଛି ତାର ଉତର କିଏ ଦେବ? ଏସମ୍ବନ୍ଧରେ କେହି କିଛି ମୁହଁ ଖୋଲୁ ନଥୁବାରୁ ଏଥିରେ ବଡ ଧରଣର ଘୋଟାଲା ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ଘରର ସ୍କାଏ ଲାଇଟ ଗୁଡିକ ଭାଙ୍ଗିରୁଜି ଗଲାଣି, ନିମ୍ନମାନର ଲାଗିଥିବା ପାଣି ପାଇପ ଗୁଡିକ ଭାଙ୍ଗି ଗଲାଣି, ବିଦ୍ୟୁତ ସଂଯୋଗ ହୋଇନାହିଁ । ଗୃହ ନିର୍ମାଣ ପାଇଁ ଖୋଳା ଯାଇଥିବା ଗଭୀର ନଳକୂପଟିର କାର୍ଯ୍ୟ ସମାପ୍ତ ନାକରିବାରୁ ତାହା ଏବେ ପୋତା ପଡିଯାଇଛି । ଝରକା କବାଟ ଗୁଡିକ ରଙ୍ଗ ଛାଡିଜିବା ସହିତ କଳଙ୍କି ଲାଗି ଗଲାଣି । ଛାତରୁ ପାଣି ଗଳିଲାଣି । ଏମିତି ପ୍ରତ୍ୟୟମାନ ହେଉଛି ପିଲାଙ୍କ ବ୍ୟବହାର ପୂର୍ବରୁ ବୋଧହୁଏ ଘରକୁ ପ୍ରଶାସନ ବିପଦପୂର୍ଣ୍ଣ ବୋଲି ଘୋଷଣା କରିପାରେ । ଏପରି ସ୍ଥିତିରେ କାର୍ଯ୍ୟ ଯଦି ସରି ଯାଇଥିଲା ବୋଲି ସରକାରୀ ତଥ୍ୟ ଅଧାରରେ ତତକାଳିନ ମୁଖ୍ୟମନ୍ତ୍ରୀ ଘରକୁ ଉଦ୍ଘାଟନ କଲେ ତେବେ ଘରଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆଜି ଯାଏ ହସ୍ତାନ୍ତର ହେଉନାହିଁ କାହିଁକି? ଯଦି ଘର କାମ ସରି ନଥିଲା ତେବେ କିଏ, କାହିଁକି, କେଉଁ ସ୍ୱାର୍ଥରେ ଏଭଳି ମିଛ ତଥ୍ୟ ଦେଇ ଘର ଉଦ୍ଘାଟନ କରିବାରେ ସହଯୋଗ କରିଥିଲେ । ବିଜେଡ଼ି ସମୟରେ ହୋଇଥିବା ଏଭଳି ଚଞ୍ଚକତାର ତଦନ୍ତ ମୋହନ ସରକାର କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ କିପରି ଏହି ଅନୁସୂଚିତ ଜନଜାତିର ପିଲାମାନେ ସୁବିଧାରେ ରହି ପାଠ ପଢ଼ି ପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।