ବିକାଶ ନାଁ ପାରିଷଦଙ୍କୁ ଏକଜୁଟ ରଖୁଛନ୍ତି ପ୍ରଣବ-ଭବପ୍ରସାଦ
ଯାଜପୁର: ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ବିଜେଡ଼ି ଯାଜପୁରରେ ଶକ୍ତ ଆଘାତ ପାଇଛି । ବିଜେଡ଼ି ଯଦିଓ ୩ଟି ବିଧାନସଭା ଆସନରେ ବିଜୟୀ ହୋଇଛି, କିନ୍ତୁ ଏହି ଦଳର ୩ଟାଣୁଆ ନେତାଙ୍କୁ ବିଜେପି ଶକ୍ତ ଧକ୍କା ଦେବାକୁ ସମର୍ଥ ହୋଇଛି ।
ଧର୍ମଶାଳରୁ ପ୍ରଣବ ବଳବନ୍ତରାୟ ହୁଅନ୍ତି କି ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ ପ୍ରତ୍ୟକ୍ଷ ପରାଜୟର ସ୍ୱାଦ ଚାଖିଥିବା ବେଳେ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶଦାସ ଡ଼ବଲ ଧକ୍କା ଖାଇଛନ୍ତି । ସ୍ୱୟଂ ସମ୍ବଲପୁର ଲୋକସଭା ହାରିଯିବା ଏବଂ ମାଆ ସନ୍ଧ୍ୟାରାଣୀ ଦାସ କୋରେଇରୁ ପରାଜିତ ପରେ ଦଳୀୟ କାର୍ଯ୍ୟକର୍ତା, ପଞ୍ଚାୟତ ପ୍ରତିନିଧି ଏବଂ ପୈାର ପାରିଷଦଙ୍କୁ ଏକଜୁଟ କରି ରଖୁଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ‘ଏକଜୁଟ୍ ହୁଅ, ଦଳକୁ ମଜବୁଦ କର’ ଆଧାରରେ ପ୍ରଣବ ହୁଅନ୍ତୁ ବା କୋରେଇରେ ଦଳ କଥା ବୁଝୁଥିବା ତାଙ୍କ ଭାଇ ଭବପ୍ରସାଦ ଏହା କରୁଥାଇ ପାରନ୍ତି । ହେଲେ ବ୍ୟାସନଗର ପୈାରାଞ୍ଚଳରୁ ଶଙ୍ଖ ଚିହ୍ନରେ ବିଜୟୀ ହୋଇଥିବା ପାରିଷଦଙ୍କୁ ଏକାଧିକ ଥର ଏକଜୁଟ୍ କରି ଆଲୋଚନା କରିବା ଘଟଣା ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇପଡ଼ିଛି । ବ୍ୟାସନଗର ପୈାରାଞ୍ଚଳ ଏଭଳି ଏକ ପରିଷଦ ଯେଉଁଠି ନିର୍ବାଚନର ଅଢେଇ ବର୍ଷ ପରେ “ଅନାସ୍ଥା’ର ଭୟ ମାଡ଼ିଆସେ । ୨୬ୱାର୍ଡ଼ ବିଶିଷ୍ଠ ବ୍ୟାସନଗର ପୈାରପାଳିକା ବିଜେଡ଼ି ଦଖଲରେ ରହିଛି । ସ୍ୱଂୟ ଶାସିତ ଏହି ପରିଷଦକୁ ବିଜେଡ଼ି ଅଧ୍ୟକ୍ଷା ନିର୍ବାଚିତ ହୋଇଥିବା ବେଳେ ୧୫ଜଣ ବିଜେଡ଼ି ପାରିଷଦ ୨୦୨୨ ମାର୍ଚରେ ଅନୁଷ୍ଠିତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ସେହିପରି ବିଜେପିରୁ ୩, କଂଗ୍ରେସରୁ ୫ ଓ ୩ଜଣ ସ୍ୱାଧୀନ ପାରିଷଦ ପରିଷଦକୁ ନିର୍ବାଚିତ ହୋଇଥିଲେ । ଇତିମଧ୍ୟରେ ନିର୍ବାଚିତ ସ୍ୱାଧୀନ ପାରିଷଦ ଏବଂ ଦୁଇଜଣ ବିଜେପି ପାରିଷଦ ବିଜେଡ଼ିରେ ସାମିଲ ହୋଇସାରିଛନ୍ତି । ଏଣୁ ବିଜେଡ଼ିର ପାରିଷଦ ସଂଖ୍ୟା ୨୦ଛୁଇଁସାରିଛି । ହେଲେ ସଂଖ୍ୟାଧିକ ପାରିଷଦ ଥିଲେ ବି ବ୍ୟାସନଗର ପୈାରପରିଷଦର ଇତିହାସ ପୃଷ୍ଟାରେ ‘ଅନାସ୍ଥା’ ଆଙ୍କି ହୋଇରହିଥିବାରୁ ବର୍ତମାନର ପରିଚାଳିତ ପରିଷଦ ଭବିଷ୍ୟତରେ ଅନାସ୍ଥାର ସମ୍ମୁଖିନ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି । ରାଜ୍ୟରେ ବିଜେପି ସରକାରକୁ କୋରେଇ ବିଧାନସଭା ଆସନଟି ମଧ୍ୟ ବିଜେପି ଅକ୍ତିଆର କରି ନେଇଛି । ବିଭିନ୍ନ ସମୟରେ ଅନାସ୍ଥା ନାଟକ ରଚୁଥିବା ବିଚକ୍ଷଣ ବ୍ୟକ୍ତିତ୍ୱ ଏବେ ବିଜେପିରେ । ବିଧାନସଭା ନିର୍ବାଚନରେ ବିଚକ୍ଷଣ ବ୍ୟକ୍ତିତ୍ୱ ବିଜେପି ପାଇଁ ଜଣେ ରଣନୀତିକାର ଭାବେ କାର୍ଯ୍ୟ କରିଥିଲେ । ଯଦି ବିଚକ୍ଷଣ ବ୍ୟକ୍ତିତ୍ୱ ଅନାସ୍ଥା ନାଟକ ରଚାନ୍ତି, କେହି ଆଶ୍ଚର୍ଯ୍ୟ ହେବେନି । ହୋଇପାରେ ବିଜେଡ଼ି ନେତା ଏ ସକାଶେ ଦଳୀୟ ପାରିଷଦକୁ ବିକାଶ ନାଁରେ ଏକାଠି ରହିବାର ମନ୍ତ୍ର ଦେବାକୁ ଏକାଧିକ ଥର ଏକଜୁଟ୍ କରିଥିଲେ । ନତୁବା ଆଗକୁ ହେବାକୁ ଥିବା ମୁକାବିଲା ପୂର୍ବରୁ ପାରିଷଦ ହାତରୁ ଖସି ନଯାଆନ୍ତୁ ତାହାକୁ ଦୃଷ୍ଟିରେ ରଖି ଏକଜୁଟ କରି ରଖିବାର ଫର୍ମୁଲା ଆପଣାଇଛନ୍ତି । କାରଣ ବି ଅନେକ ରହିଛି, ଏବର ନବ ନିର୍ବାଚିତ ବିଧାୟକ ଆକାଶ ଦାସନାୟକ ବିଜୁ ଜନତାଦଳରୁ ଲଢି ୨୦୧୪ରେ ବିଧାୟକ ଜିତିବା ପରେ ଦଳୀୟ ପାରିଷଦଙ୍କ ସହ ସଂପର୍କ ସୁଦୃଢ କରିଥିଲେ । ପରିଷଦକୁ ନିର୍ବାଚିତ ହୋଇଥିବା ବିଜେଡ଼ିର ଅନେକ ପାରିଷଦଙ୍କ ସହ ବ୍ୟକ୍ତିଗତ ଭାବେ ବିଧାୟକ ଆକାଶଙ୍କ ସଂପର୍କ ଥିବା ବେଳେ କେଇଜଣ କଲେଜ ସାଥି ମଧ୍ୟ ରହିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଆକାଶ ବିଜେଡ଼ିରେ ରହିଥିବା ବେଳେ ଅନେକ ପାରିଷଦ ତାଙ୍କ ପ୍ରାର୍ଥିତ୍ୱ ସମର୍ଥନରେ ରହିଥିଲେ । ହେଲେ ବିଜେଡ଼ିରୁ ନିରାଶ ପରେ ବିଜେପିକୁ ଲମ୍ପ ଦେଇଥିଲେ ଆକାଶ । ବିଜେପିରୁ ଟିକେଟ ପାଇବା ପରେ ଆକାଶ ସଂପର୍କରେ ଥିବା ପାରିଷଦଙ୍କ ସମର୍ଥନ ମିଳିବା ନେଇ ଆଶା ରଖିଥିଲେ । ହେଲେ ଶଙ୍ଖ ଚିହ୍ନରେ ଲଢିଥିବା ପାରିଷଦ ବିଜେଡ଼ି ପ୍ରାର୍ଥିଙ୍କୁ ସମର୍ଥନ କରିଥିଲେ । ପାରିଷଦ ଦଳୀୟ ପ୍ରାର୍ଥିଙ୍କ ସମର୍ଥନରେ ପ୍ରଚାର କରିଥିଲେ ହେଁ ବ୍ୟାସନଗର ପୈାରାଞ୍ଚଳରୁ ଆକାଶ ୩୬୦୦ ଭୋଟ ଅଧିକ ହାତେଇ ନେଇଥିଲେ । ବିଜେଡ଼ି ପାରିଷଦ ୱାର୍ଡ଼ରେ ବିଜେପିକୁ ଅଧିକ ଭୋଟ ମିଳିବା ପଛର କାରଣ ଯାହାବି ଥାଉ ନା କାହିଁକି, କିନ୍ତୁ କୈାଣସି ଦଳୀୟ ପାରିଷଦ ହାତରୁ ଖସି ନଯାଆନ୍ତୁ ତାହା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ବିଜେପି ନେତା ତଥା ସଂଗଠନ ସଂପାଦକ ପ୍ରଣବ ଏବଂ ତାଙ୍କ ଭାଇ ଭବପ୍ରସାଦ । ଏହି କାରଣରୁ ପ୍ରଥମେ ଯାଜପୁର ଏବଂ ପରେ ବ୍ୟାସନଗରରେ ପାରିଷଦକୁ ଏକଜୁଟ କରିଥିଲେ ପ୍ରଣବ ଏବଂ ଭବପ୍ରସାଦ ଏକଜୁଟ ରୁଅ ଲୋକଙ୍କ ପାଇଁ କାର୍ଯ୍ୟକର ପରାମର୍ଶ ଦେଇଛନ୍ତି । ଅନାସ୍ଥାର ଛାଇ ଘୁରି ବୁଲୁଥିବା ବ୍ୟାାସନଗର ବିଜେଡ଼ି ପାରିଷଦ କେତେଦିନ ଏକଜୁଟ୍ ରହିପାରୁଛନ୍ତି, ତାହାତ ସମୟ କହିବ, କିନ୍ତୁ ରାଜନୀତିରେ ଦଳବଦଳ ଧାରା ପାଲଟି ଯାଇଥିବାରୁ ଅନୁଭବୀ ପ୍ରଣବ ଓ ଭବପ୍ର୍ରାସଦ ଆକାଶଙ୍କୁ ପୈାର ଦଖଲରୁ ଦୂରେଇ ରଖିବା ପାଇଁ ପାରିଷଦକୁ ଏକଜୁଟ ରଖିବାରେ