ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ଟଙ୍କା

ମାର୍ଚ୍ଚ ୩୦ରେ ଆବେଦନ କରିଲେ, ସୁଭଦ୍ରାର ଦୁଇଟି କିସ୍ତି ଏକାଥରକେ ମିଳିବ । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକରିବା ଯାଏଁ ଚାଲିବ ପଞ୍ଜୀକରଣ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା। ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି । ଏବେ ଅଙ୍ଗନବାଡ଼ି ଦିଦି ମାନେ ଘରକୁ ଘର ବୁଲୁଛନ୍ତି । ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ଵନ୍ଦ ପାଇଁ ଡିସେମ୍ବର ୩୦ ଯାଏଁ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି । ତେଣୁ ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା।