ଆଇଆଇସିଙ୍କୁ ମୁଁ କ୍ଷମା କରିଦେଲି: ମୋହନ ମାଝୀ

ଆଇଆଇସିଙ୍କୁ ମୁଁ କ୍ଷମା କରିଦେଲି: ମୋହନ ମାଝୀ

ଭୁବନେଶ୍ୱର: ମୋତେ ଥାନାରୁ ଗେଟ ଆଉଟ କହିଥିବା ଆଇଆଇସିଙ୍କୁ ମୁଁ କ୍ଷମା କରିଦେଲି । ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଆଜି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ  ବିଜେଡି ସରକାରରେ ଥାନା ଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା । ଯେତେବେଳେ ମୁଁ ବିରୋଧୀ ଦଳର ନେତା ଥିଲି ସେତେବେଳେ  ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି । ତେବେ ଆଇଆଇସି ମୋର ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନଥିବା କହିଥିଲେ । ଆମ ଥାନାକୁ କାହିଁକି ଆସିଛ ବୋଲି କହିବା ସହ ସମ୍ପୃକ୍ତ ଆଇଆଇସି ମୋତେ ଗେଟ ଆଉ କହିଥିଲେ । ଏପରି ସ୍ଥିତି ବିଜେପି ସରକାର ଆସିବାର ଏକ ମାସ ପୂର୍ବରୁ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ସମ୍ପୃକ୍ତ ଥାନାକୁ ଯାଇଥିଲି, ଆଇଆଇସିଙ୍କ ଅବସ୍ଥା କ’ଣ ଥିବା ଜାଣିବା ପାଇଁ । କାହା ଚାପରେ କିମ୍ବା ଅଜ୍ଞାନରେ ଏମିତି କରିଥିବେ  ଭାବି ମୁଁ ସମ୍ପୃକ୍ତ ଆଇଆଇସିଙ୍କୁ କ୍ଷମା କରିଦେଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଥାନାକୁ ଯାଉଥିବା ଲୋକଙ୍କୁ ଉଚିତ ବ୍ୟବହାର କରିବା ସହ ସେମାନଙ୍କ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।