ଚଳିତ ମାସରେ ଦୁଇଥର ମିଳିବ ସୁଭଦ୍ରା ଟଙ୍କା;ଉପକୃତ ହେବେ ୧ କୋଟିରୁ ଅଧିକ ହିତାଧିକାରୀ

ଚଳିତମାସ ୬ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ଲକ୍ଷେ ୭୦ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବେ । ସେହିଭଳି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଏବେ ୬ ତାରିଖରେ ୫ ପର୍ଯ୍ୟାୟ ଟଙ୍କା ମିଳିବ । ଚଳିତ ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ । ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଗତବର୍ଷ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ ହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ।