ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର

ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର

ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମ ହାଉସ୍ । ସିଲ୍ ପରେ  ପ୍ରକ୍ରିୟା ଆରମ୍ଭ ହେଲା ।  ରାଜା ଚକ୍ର ଫାର୍ମ ହାଉସ୍ ଗୁମର ଖୋଲିଲା । ୧୧  ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଚଢାଉ କରିଥିଲା EOW । ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ କରାଯାଇଛି ମାପଚୁପ ।  କେନ୍ଦୁଝର ଗୋପାଲପୁର ମୌଜାରେ ରହିଛି ଏହି ଫାର୍ମ ହାଉସ୍ । ୧୧ .୧  ଏକର ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବା ବେଳେ ବାକି ୭. ୬ ଏକର ସରକାରୀ ଜମି ମାଡି ବସିଥିଲେ ରାଜା।  ସରକାରୀ ଜମିରେପିଲାଙ୍କ ପାଇଁ ପାର୍କ,  ବଙ୍ଗଳା , ସୁଉଚ୍ଚ ତୋରଣ,  ଆମ୍ବ ବଗିଚା,  ପୋଖରୀ ରହିଛି । କୋଣାର୍କ ଚକ୍ର,  ଅନେକ ଷ୍ଟାଚ୍ୟୁ . ଫାର୍ମ ହାଉସ୍ ଭିତରେ ବିଳାସମୟ କଟେଜ୍ ସହ ପାର୍ଟି ହାଉସ୍ । ଫାର୍ମ ବୁଲିବା ପାଇଁ ଅଲ୍ Terran ବାଇକ୍ । ପୋଖରୀରେ ଖେଳୁଛନ୍ତି ରଙ୍ଗିନ୍ ମାଛ  । ସେପଟେ ରାଜା ମାମଲାରେ ଅନ୍ତରୀଣ ଚାର୍ଜ ସିଟ୍ ଦାଖଲ ହୋଇଥିବା ବେଳେ ସ୍କାନରରେ ଅଛନ୍ତି ଏକାଧିକ ପ୍ରଭାବଶାଳୀ ଲୋକ।  ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି eow ଏସପି ।