ମହିଳା ଖୁସି : ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

ମହିଳା ଖୁସି : ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆକାଉଣ୍ଟକୁ ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପାଖାପାଖି ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିବା ନେଇ ପ୍ରାଥମିକ ଭାବରେ ସୂଚନା ମିଳିଛି । ଦିନ ୧୨.୩୦ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଏହାସହ ଆଉ  ଦିନକ ପରେ ପୁଣି ଥରେ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା ମିଳିବ । 

ସେପଟେ, ଏହିମାସ ୩୧ରେ ଆବେଦନ  ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ରାଜ୍ୟ ସରକାର । ସୂଚନା ଅନୁସାରେ, ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବାର ବ୍ୟବସ୍ଥା ହୋଇଛି । ପୂର୍ବ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତିର ଟଙ୍କା ଅର୍ଥାତ୍‌ ୧୫ ହଜାର ଟଙ୍କା ।  ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡି ହୋଇ ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ କାର୍ଯ୍ୟକ୍ରମ ।