ଶିଶୁ ସର୍ବେକ୍ଷଣ କାର୍ଯ୍ୟକ୍ରମ
ନୂଆପଡା : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗଙ୍କ ନିଦେ୍ର୍ଦଶ କ୍ରମେ ସାରା ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିଶୁ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିବା ବେଳେ ପ୍ରତ୍ୟେକ ପଡା ସାହି ଗ୍ରାମକୁ ଯାଇ ଶୁନ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସର୍ଭେ କରାଯାଉଛି । ଯେଉଁ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡି ଦେଇଛନ୍ତି ସେମାନଙ୍କୁ ଆଗକୁ ପାଠ ପଢ଼ାଇବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି । ଗ୍ରୀଷ୍ମ ଅବକାଶ ଛୁଟି ପରେ ଅଧାରୁ ପାଠ ଛାଡି ଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ଏହି ସର୍ବେକ୍ଷଣର ଉଦେ୍ଦଶ୍ୟ ବୋଲି ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ ପ୍ରକାଶ କରିଛନ୍ତି । ସୂଚନା ଥାଉକି ସୋମବାର ବିଆରସିସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଶିଶୁ ସର୍ବେକ୍ଷଣ ତଦାରଖ କରିବା ପାଇଁ ପହଞ୍ଚିଥିଲେ । ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଗିତାଞ୍ଜଳି ଚଳାନ ଓ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ବାରିକ ଶିଶୁ ସର୍ବେକ୍ଷଣକୁ ସମାପ୍ତ କରିଦେଇଥିବାରୁ ଶ୍ରୀ ପଣ୍ଡା ଖୁସି ବ୍ୟକ୍ତ କରିଥିଲେ । ଚଳିତ ମେ ମାସ ୭ ତାରିଖ ମଧ୍ୟରେ ଶିଶୁ ସର୍ବେକ୍ଷଣକୁ ସମାପ୍ତ କରିବା ପାଇଁ ନିଦେ୍ର୍ଦଶ ରହିଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।