ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡାରେ ଓଡ଼ିଶା ସଫଳତା
ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୁଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି । ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ, ସବିତା ଟପ୍ପେ ଗୋଟିଏ ସ୍ୱର୍ଣ୍ଣ ପଦକ, ଗୋଟିଏ ବ୍ରୋଞ୍ଚ ପଦକ ଏବଂ ସୁସ୍ମିତା ଟିଗା ଗୋଟିଏ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଓଡିଶା ପୁଲିସକୁ ଗୌରବାନ୍ୱିତ କରିଛନ୍ତି । ଓଡିଶା ପୁଲିସର କ୍ରୀଡ଼ାବିତମାନେ ଗତ ଚାରି ଦିନ ମଧ୍ୟରେ ୯ ଟି ସ୍ୱର୍ଣ ପଦକ, ୨ଟି ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଚ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି । କନଷ୍ଟେବଳ ଅଶୋକ ଦଣ୍ଡସେନା ପୁରୁଷ ବିଭାଗ ୫୦୦୦ ମିଟର ଓ ୧୦୦୦୦ ମିଟର ଦୌଡ଼ରେ ୨ଟି ସ୍ୱର୍ଣ୍ଣ ପଦକ ଏବଂ ୪୦୦୍ଠ୪୦୦ ରିଲେରେ ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । କନଷ୍ଟେବଳ ସବିତା ଟପ୍ପ? ମହିଳା ବିଭାଗ ୧୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଓ ୪୦୦ ମିଟର ବାଧାଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ସେହିପରି କନଷ୍ଟେବଳ ସୁସ୍ମିତା ଟିଗା ମହିଳା ବିଭାଗ ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏହି ଯୁବ କ୍ରୀଡ଼ାବିତ ମାନଙ୍କ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।