ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର

ବିଷାକ୍ତ ଛତୁ ଖାଇ  ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ମାତ୍ର ଅନ୍ୟ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଏମିତି ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଘଟିଛି ।

ଗ୍ରାମର ବନ୍ଧ ପଡ଼ାରେ ରହୁଥିବା ବୈଷ୍ଣବ ମାଝୀ ଗତକାଲି ନିଜ ବିଲକୁ ଯାଇଥିବା ବେଳେ ତାଙ୍କ ଖଲା ରେ ଫୁଟିଥିବା କିଛି ଛତୁ ଆଣିଥିଲେ। ତାଙ୍କ ସ୍ତ୍ରୀ ନେପୁର ମାଝୀ ତାକୁ ରାନ୍ଧି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଛତୁ ତରକାରୀ ଖାଇଲା ପରେ ସମସ୍ତଙ୍କୁ ଝାଡ଼ା ବାନ୍ତି ହୋଇଥିଲା।