ଭୁବନେଶ୍ୱରରେ ହେବ ଆମ୍ବେଦକର ଭବନ : ମୋହନ
ଭୁବନେଶ୍ୱର: ଡକ୍ଟର ଆମ୍ବେଦକରଙ୍କ ସମ୍ମାନରେ ଭୁବନେଶ୍ୱରରେ ଏକ ଭବନ ନିର୍ମାଣ ହେବ । ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ । ତାଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ । ଭୁବନେଶ୍ୱରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ କରାଯିବ । ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତରନô ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉସôବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ୍ବେଦକର, କେବଳ ଏକ ନାମ ନୁହେଁ, ଏହା ଏକ ବିଚାରଧାରା । ସମ୍ବିଧାନର ପ୍ରମୁଖ ସ୍ଥପତି ଭାବରେ ତାଙ୍କୁ ସମସ୍ତେ ଜାଣନ୍ତି । ସେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଆଇନଜ୍ଞ, ସମାଜ ସଂସ୍କାରକ, ଗବେଷକ, ଦକ୍ଷ ପ୍ରଶାସକ, ଜନନେତା ଓ ରାଷ୍ଟ୍ରନାୟକ ଥିଲେ । ଦେଶର ବିକାଶ ପାଇଁ ଡକ୍ଟର ଆମ୍ବେଦକର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆବଶ୍ୟକତାକୁ ଅନୁଭବ କରି ମହାତ୍ମାଗାନ୍ଧୀ ସେ ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିବା ପାଇଁ ଅନୁମୋଦନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ମର୍ଯ୍ୟାଦାକୁ ପୁନଃପ୍ରତିଷ୍ଠା କରାଯାଇଛି ବୋଲି ସେ କହିଥିଲେ । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ୭୫ ହଜାର କୋଟିରୁ ବି ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେଯେ, ସବୁ ବାଧାବିଘ୍ନକୁ ସାମନା କରି ଆଗକୁ ବଢିବାର ଉଦାହରଣ ହେଉଛନ୍ତି ଡକ୍ଟର ଆମ୍ବେଦକର । ଆମ୍ବେଦକର ଯେଉଁ ମାନଙ୍କ ଉତ୍ଥାନ ପାଇଁ ଲଢେଇ କରୁଥିଲେ ଏବଂ ଯାହା ତାଙ୍କ ସ୍ୱପ୍ନ ଥିଲା ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସରତ ଅଛନ୍ତି । କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପ-ନିଦେ୍ର୍ଦଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।