ଋଣ ଶୁଝି ନପାରି ଆତ୍ମହତ୍ୟା

 କେନ୍ଦୁଝର : ସଦର ଥାନା ଗୋବର୍ଦ୍ଧନ ଗ୍ରାମର ଯୁବ ଟ୍ରକ ମାଲିକ ଲୋକନାଥ ଦେଓ(୩୧) ସ୍ଥାନୀୟ କାଦଗଡ ନିକଟ ଟ୍ରେନ ଲାଇନ୍ ନିକଟରେ ନିଜ ବାଇକ୍ ରଖି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  । ଲୋକନାଥ ଗାଁରେ ମିଷ୍ଟଭାଷୀ ମେଳାପୀ ଯୁବ ଉଦ୍ୟୋଗୀ ଥିଲେ । ସେ ଦୁଇଟି ହାଇୱା ଗାଡ଼ି ଘରୋଇ ସଂସ୍ଥାରୁ ଋଣରେ ଆଣି ଯୋଡ଼ା ଟ୍ରକ ମାଲିକ ସଙ୍ଘରେ ପଞ୍ଜିକୃତ କରି ଚଳାଉଥିଲେ । କିନ୍ତୁ ଲୁହାପଥର ସ୍ଲରୀ ପାଇପ ଓ ରେଳ ଯୋଗେ ପରିବହନ ହେଉଥିବାରୁ ଆଉ ସେ ଆଗ ଭଳି ଲୋଡ଼ିଂ ପାଇଲେ ନାହିଁ । ଯାହାଫଳରେ ଗାଡ଼ି କିସ୍ତିରେ ବାଧା ଉପୁଜିଥିଲା  । ଅନ୍ୟପଟେ ତାଙ୍କର ଗୋଟେ ଗାଡି ର ଖିଲାପ କରିବାରୁ ଘରୋଇ ଋଣ ଦେଇଥିବା କମ୍ପାନୀ ଏବେ ନିକଟରେ ତାଙ୍କର ଗୋଟେ ଗାଡି ଋଣ କମ୍ପାନୀ ଟାଣି ନେଇଥିଲା । ତେଣୁ ସେ ହଠାତ ମାନସିକ ସନ୍ତୁଳନ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି  । ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି  । ଏହି ସମ୍ବେଦନଶୀଳ ଘଟଣା ସମଗ୍ର ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଦୋହଲାଇ ଦେଇଛି  ।