ଆବର୍ଜନାମୟ ପୋଖରୀ ଗୁଡିକର ପୁନରୁଦ୍ଧାର ଦାବି
ଭୁବନେଶ୍ୱର : ଘଟଗାଁ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପୋଖରୀ ଗୁଡିକର ସୁରକ୍ଷା ଓ ସଫେଇ ଉପରେ ଦୃଷ୍ଟି ଦିଆଯାଉ ନଥିବାରୁ ପୋଖରୀ ଗୁଡିକ ଆବର୍ଜନାମୟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଯାହାଫଳରେ ଅଞ୍ଚଳର ଲୋକମାନେ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜଳ ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ, ପ୍ରତି ଅଞ୍ଚଳରେ ବସବାସ କରୁଥିବା ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକମାନେ ସାଧାରଣତଃ ନିଜ ନିଜର ପ୍ରତିଦିନ ଆବଶ୍ୟକ ପଡୁଥିବା ବାହ୍ୟବ୍ୟବହୃତ ପାଇଁ ଜଳ ଯଥା ସ୍ନାନ, ଲୁଗାପଟା ଓ ଅନ୍ୟ ଆସବାବ ସାମଗ୍ରୀ ଧୋଇବା, ଯାନ ଧୋଇବା, ଘର ନିର୍ମାଣରେ ଆବଶ୍ୟକ ଜଳ, ପଶୁ ପକ୍ଷୀ, ସ୍ନାନ, ପ୍ରଭୃତି ସାଙ୍ଗକୁ ଶୁଦ୍ଧି କାର୍ଯ୍ୟ ପ୍ରଭୃତି ପାଇଁ ଏହି ପୋଖରୀ ଗୁଡିକର ଜଳ ବେଶ ସାହାଯ୍ୟ କରିଥାଏ । ହେଲେ ପୋଖରୀ ଗୁଡିକର ସୁରକ୍ଷା, ମରାମତି ତଥା ପୁନଃଉଦ୍ଧାର ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ପୋଖରୀ ଗୁଡିକ ଆବର୍ଜନାମୟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଯାହାଫଳରେ ଜିଲ୍ଲାରେ ପାନୀୟ ଜଳର ସମସ୍ୟା ମଧ୍ୟ ଦେଖାଯାଉଛି । ତେଣୁ ଯଦି ପ୍ରତି ଅଞ୍ଚଳରେ ପରିତ୍ୟକ୍ତ ହୋଇ ପଡ଼ିଥିବା ପୋଖରୀ ଗୁଡିକର ପୁନରୁଦ୍ଧାର କରାଯାଇ ବ୍ୟବହାର ଉପଯୋଗୀ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।