କାମାକ୍ଷାନଗରରେ ନୂଆ ଆଲୁମିନିୟମ୍‌ ପ୍ଲାଣ୍ଟ୍ : ମନ୍ତ୍ରୀଙ୍କ ସୂଚନା

 କାମାକ୍ଷାନଗରରେ  ନୂଆ ଆଲୁମିନିୟମ୍‌ ପ୍ଲାଣ୍ଟ୍   : ମନ୍ତ୍ରୀଙ୍କ ସୂଚନା

 କାମାକ୍ଷାନଗରରେ ନୂଆ ଆଲୁମୁନିୟମ୍‌ ପ୍ଲାଣ୍ଟ୍‌ ତିଆରି ହେବ । ଏହାକୁ ନିର୍ମାଣ କରିବା ପାଇଁ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ପ୍ରାୟ ୪୦ ହଜାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ସେହିପରି ସୋଲାର ପ୍ରୋଜେକ୍ଟ କମ୍ପାନି ଢେଙ୍କାନାଳ ଛାଡିବା କଥାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି , ଓଡ଼ିଶା ଛାଡିବା ନେଇ କମ୍ପାନି କେବେ କହି ନ ଥିଲା । କାମ ଆରମ୍ଭ ହୋଇ ସାରିଥିବା ବେଳେ କିଛି ଲୋକ ଏହାକୁ ଭୁଲ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।