ନିଜକୁ ପୁଣି ଜାଳିଦେଲେ ମହିଳା !

ପାରିବାରିକ କଳହରୁ ନିଜକୁ ଜାଳି ଆତ୍ମହୁତି ଦେବାର ପ୍ରୟାସ କରିଛନ୍ତି ମହିଳା । ଭୁବନ ଏନଏସି ପୁରୁଣା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହିଳାର ଅବସ୍ଥା ଗୁରୁତର ରହିଥିବାବେଳେ ଶରୀରର ୫୦ ପ୍ରତିଶତ ଅଂଶ ପୋଡିଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକୃତରେ କାହିଁକି ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇଲେ ଏଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କୁହାଯାଉଛି ପରିବାରରେ ମନୋମାଳିନ୍ୟ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ମହିଳା  ।