୧୧ରୁ ସମୂହ ଛୁଟିରେ ଅମଲା
ଚମ୍ପୁଆ : ୯ଦଫା ଦାବି ପୂରଣ ନେଇ ସରକାରଙ୍କ ଉଦାସିନତାର ପ୍ରତିବାଦରେ ପୂର୍ବରୁ କଳାବ୍ୟାଜ୍ ପରିଧାନ କରିଥିବା ଅମଲା ମାନେ ଚଳିତମାସ ୧୧ ତାରିଖରୁ ସମୁହ ଛୁଟିରେ ରହିବେ ବୋଲି ଉପଜିଲାପାଳ ଉମାକଜ୍ନ୍ ପରିଡାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ରାଜସ୍ୱ ଅମଲା ସଂଘ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଚଳିତ ମାସ ୮ ତାରିଖ ସୁଦ୍ଧା ୯ ଦଫା ଦାବି ପୂରଣ ନେଇ ସରକାର ଟାଳୁଟୁଳ ନିତି ଗ୍ରହଣକୁ ବିରୋଧ କରି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଉପଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଉପଜିଲାପାଳଙ୍କୁ ଲିଖିତ ସୂଚନା ପ୍ରଦାନ କରିଛନ୍ତି ।