ପୂର୍ବତଟ ରେଳପଥ ଆର୍ଥୀକ ବର୍ଷରେ ୯.୬୯% ଅଭିବୃଦ୍ଧି ହାସଲ
ଭୁବନେଶ୍ୱର : ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ ଏକ ଦୃଢ଼ ପ୍ରଦର୍ଶନ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପୂର୍ବତଟ ରେଳପଥ ୬୨.୨ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ସମାନ ଅବଧିରେ ମୋଟ ୬୮.୧୯ ନିୟୁତ ଟନ୍ ବୋଝେଇ କରିଛି । ଯାହା ପ୍ରଶଂସନୀୟ ୯.୬୯% ବୃଦ୍ଧିକୁ ପ୍ରତିଫଳିତ କରୁଅଛି । କେବଳ ଜୁନ୍ ୨୦୨୫ରେ, ପଣ୍ୟ ପରିବହନ ୨୩.୧୫ ନିୟୁତ ଟନ୍ରେ ପହଞ୍ଚିଛି ଯାହା ୨୦୨୪ ର ସମାନ ଅବଧି ମଧ୍ୟରେ ପଣ୍ୟ ବୋଝେଇ ୨୧.୪୯ ନିୟୁତ ଟନ୍ ତୁଳନାରେ ୭.୭୨% ବୃଦ୍ଧି ପାଇଛି । ପୂର୍ବତଟ ରେଳପଥ ଦ୍ୱାରା ଦୈନିକ ହାରାହାରି ପଣ୍ୟ ପରିବହନ ବର୍ତ୍ତମାନ ପ୍ରାୟ ୦.୭୫ ନିୟୁତ ଟନ୍ ରହିଛି ଯାହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହାର ମହତ୍ୱାକାଂକ୍ଷୀ ବାର୍ଷିକ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି । ଏହି ସ୍ଥିର ଅଭିବୃଦ୍ଧି କେବଳ ଦକ୍ଷ ଯୋଜନା, ଉନ୍ନତ କାର୍ଯ୍ୟକ୍ଷମ ପରିଚାଳନା ଏବଂ କୋଇଲା, ଲୁହା ଖଣି, ସିମେଣ୍ଟ ଏବଂ ସାର ଭଳି କ୍ଷେତ୍ରଗୁଡ଼ିକ ସହିତ ପଣ୍ୟ ପରିବହନ ଗ୍ରାହକମାନଙ୍କ ସହିତ ସକ୍ରିୟ ସମନ୍ୱୟ ଯୋଗୁଁ ସମ୍ଭବ ହୋଇପାରିଛି । ଦେଶର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
