ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ଜିଲ୍ଲା କୋର୍ଟରେ ବିଚାରପତି ହେବାକୁ ଯୋଗ୍ୟ ଦୃଷ୍ଟିହୀନ

ନୂଆଦିଲ୍ଲୀ :  କେବଳ ଶାରୀରିକ ଅକ୍ଷମତା କାରଣରୁ କୌଣସି ବ୍ୟକ୍ତିଙ୍କୁ ନ୍ୟାୟିକ ଚାକିରିରେ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି । ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟପ୍ରଦେଶର ଜଣେ ଦୃଷ୍ଟିହୀନ ପ୍ରାର୍ଥୀଙ୍କ ମା’ଙ୍କ ମଧ୍ୟରୁ ଜଣେ ସମେତ କେତେକ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ମଧ୍ୟପ୍ରଦେଶ ଜୁଡିସିଆଲ ସର୍ଭିସ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମରେ ଦୃଷ୍ଟିହୀନ ପ୍ରାର୍ଥୀଙ୍କୁ ରାଜ୍ୟ ନ୍ୟାୟିକ ସେବାରେ ନିଯୁକ୍ତିରୁ ବଞ୍ଚିତ କରିବାର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶରୁ ଦୃଷ୍ଟିହୀନ ପ୍ରାର୍ଥୀଙ୍କ ମା’ ଗତବର୍ଷ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ । ଚିଠି ପାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଚିଠି ଆବେଦନକୁ ସ୍ୱୟଂପ୍ରୋସôାହନ ଆବେଦନରେ ପରିଣତ କରି ନିଜେ ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ । 
ଦୃଷ୍ଟିହୀନ ପ୍ରାର୍ଥୀଙ୍କୁ ଜିଲ୍ଲା ନ୍ୟାୟପାଳିକାରେ ଚାକିରି ମିଳିବା ଉପରେ ପ୍ରତିବନ୍ଧକ ଲଗାଇଥିବା ମଧ୍ୟପ୍ରଦେଶ ସରକାରଙ୍କ ନିୟମକୁ ରଦ୍ଦ କରି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ସାମ୍ବିଧାନିକ ଢାଞ୍ଚା ଏବଂ ଅନୁଷ୍ଠାନିକ ଭିନ୍ନକ୍ଷମ ଦ୍ଭ ୭ ପୃଷ୍ଠାରେ...