ଶିଳ୍ପ ଓ ନିଯୁକ୍ତି ସ୍ୱପ୍ନ ଅଧା ଅଧୁରା
ଭୁବନେଶ୍ୱର: ଉକର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ଲକ୍ଷ୍ୟ ରହିଛି । ୧୪୫ କମ୍ପାନୀ ୧୨ ଲକ୍ଷ ୮୯ କୋଟିର ପ୍ରକଳ୍ପ ପାଇଁ ଏମଓୟୁ କରିଥିବାବେଳେ ଆହୁରି ୪୪୮ କମ୍ପାନୀ ୩.୪୮ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ହେଲେ କେବେ ସୁଦ୍ଧା ଏହି ପ୍ରକଳ୍ପ ହେବ ? କେବେ ଏସବୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା କିନ୍ତୁ କେହି ଜାଣନ୍ତି ନାହିଁ । ଏବେ ସେୟାର ବଜାର ଯେଉଁଭଳି ତଳକୁ ତଳ ଖସିଚାଲିଛି ସେଥିରେ କମ୍ପାନୀଙ୍କ ରକ୍ତଚାପ ବଢ଼ିଯାଇଛି । ଅନେକ କମ୍ପାନୀର ହଜାର ହଜାର କୋଟିର ପୁଞ୍ଜି ଉଡ଼ି ଯାଇଥିବାରୁ ଏବର୍ଷ ପ୍ରକଳ୍ପ କାମ ଆଗେଇବ ନା କେବଳ କାଗଜ କଲମରେ ସୀମିତ ରହିବ ତାହା ମା’ ଗଙ୍ଗେଇଙ୍କୁ ଜଣା ।
ଖାଲି ଏବର୍ଷ ନୁହଁ, ୨୦୧୬ରେ ମେକ ଇନ୍ ଓଡ଼ିଶାରେ ୨ ଲକ୍ଷ କୋଟିର ପୁଞ୍ଜି ପ୍ରତିଶ୍ରୁତି ମିଳିଥିଲା । ୨୦୧୮ରେ ବି ୪ ଲକ୍ଷ କୋଟି ନିବେଶର ପ୍ରତିଶ୍ରୁତି ଦେଇଥିଲେ କମ୍ପାନୀ । ୨୦୨୩ରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ କମ୍ପାନୀଗୁଡ଼ିକ ଆଗ୍ରହ ପ୍ରକାଶ କରିଥିଲେ । ଅର୍ଥାତ୍ ଏହି ତିନି ମେକ ଇନ୍ ଓଡ଼ିଶା କନକ୍ଳେଭରେ ୧୬ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ହେଲେ ୨୦୧୬ରୁ ୨୦୨୪ ମଧ୍ୟରେ ୭ ଲକ୍ଷ କୋଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଥିଲା । ଅତଏବ ୩୪% ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୮ ବର୍ଷ ସମୟ ଲାଗି ଯାଇଥିଲା ।
୨୦୧୬ ପୂର୍ବରୁ ମଧ୍ୟ ୮୬ କମ୍ପାନୀ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏମଓୟୁ କରିଥିଲେ । ଯେଉଁଥିରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ଥିଲା । ଯଦି ସରକାରଙ୍କ ତଥ୍ୟ ଉପରେ ନଜର ବୁଲାଇ ଆଣିବା ତେବେ ୨୦୦୪ରୁ ଏମଓୟୁ କରିଥିବା ଅନେକ କମ୍ପାନୀ ଏଯାଏଁ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହାନ୍ତି । ଅର୍ଥାତ୍ ୨୦ ବର୍ଷ ଭିତରେ କମ୍ପାନୀ ଠିଆ ହୋଇପାରିନି । କିଏ ଆଂଶିକ ଭାବେ ଉତ୍ପାଦନ କ୍ଷମ ତ ଆଉ କେଉଁ କମ୍ପାନୀ ବିଭିନ୍ନ କାରଣରୁ ପ୍ରକଳ୍ପରୁ ଓହରିଯାଇଛନ୍ତି । ଯାହାଫଳରେ ଯେତିକି ନିଯୁକ୍ତି ମିଳିବା କଥା ସେତିକି ମିଳିପାରୁନାହିଁ । ଅନେକ ସମୟରେ ଓଡ଼ିଆଙ୍କ ତୁଳନାରେ ଅଣଓଡ଼ିଆ ନିଯୁକ୍ତି ସଂଖ୍ୟା ଅଧିକ ବୋଲି ବି ଅଭିଯୋଗ ହେଉଛି । କମ୍ପାନୀଗୁଡ଼ିକ ବଡ଼ ବଡ଼ ପଦବୀରେ ଅଣ ଓଡ଼ିଆଙ୍କୁ ନିଯୁକ୍ତି କରୁଥିବାବେଳେ କେବଳ ଶ୍ରମିକ ଶ୍ରେଣୀର ପଦବୀଗୁଡ଼ିକରେ ଓଡ଼ିଆଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳୁଛି ।
ସରକାରୀ ତଥ୍ୟ ଅନୁସାରେ, ୨୦୦୪ରେ ୧୫ କମ୍ପାନୀ ସହ ଏମଓୟୁ ହୋଇଥିଲା । ଷ୍ଟେରଲାଇଟ୍ ଷ୍ଟିଲ ପକ୍ଷରୁ କେନ୍ଦୁଝରର ପଳାସପଙ୍ଗା ଠାରେ ୧୨ ହଜାର ୫୦୨ କୋଟି ଟଙ୍କା ନିବେଶ କରିବାରଦ୍ଭ ୭ ପୃଷ୍ଠାରେ...