ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଭାରତ ଏକ ଧର୍ମଶାଳା ନୁହେଁ । ଆମ ଦେଶରେ ୧୪୦ କୋଟି ଲୋକ ଅଛନ୍ତି । ବିଶ୍ୱର ଶରଣାର୍ଥିମାନଙ୍କୁ ଭାରତ ଆତିଥ୍ୟେୟତା ଦେଇପାରିବ ନାହିଁ  । ଶ୍ରୀଲଙ୍କାର ଜଣେ ନାଗରିକ ଭାରତରେ ରହିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି  । 
ଶ୍ରୀଲଙ୍କା ତାମିଲ ନାଗରିକ ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି  । ଜେଲରୁ ଫେରିବା ପରେ ତାଙ୍କୁ ଶ୍ରୀଲଙ୍କା ଯିବାକୁ ନିଦେ୍ର୍ଦଶ ଦିଆଯାଇଥିଲା  । କିନ୍ତୁ ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦର୍ଶାଇ ସେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ  । ତେବେ ତୁମେ ଅନ୍ୟ ଦେଶକୁ ଚାଲିଯାଅ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି  । ୭ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମାଡ୍ରାସ ହାଇକୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଶ୍ରୀଲଙ୍କା ଚାଲିଯିବାକୁ ନିଦେ୍ର୍ଦଶ ଦେଇଥିଲେ  । ତାଙ୍କର ପନôୀ ଓ ପିଲା ଭାରତରେ ରହିଛନ୍ତି ବୋଲି ତାଙ୍କର ଓକିଲ ଯୁକ୍ତି ବାଢ଼ିଥିଲେ  । ତେବେ ସଂପୃକ୍ତ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ଆମ ସମ୍ବିଧାନର ଧାରା ୧୯ ଲାଗୁ ହେବନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ  ।