ମଦ୍ୟପାନ ପରେ ମଣିଷ ପଶୁ ହୋଇଯାଏ: ସୁପ୍ରିମକୋର୍ଟ

ମଦ୍ୟପାନ ପରେ ମଣିଷ ପଶୁ ହୋଇଯାଏ: ସୁପ୍ରିମକୋର୍ଟ

ମଦ୍ୟପାନ କରିବା ପରେ ମଣିଷ ପଶୁ ହୋଇଯାଇଥାଏ ବୋଲି ଗୁରୁବାର ଏକ ଯୌନ ନିର୍ଯାତନା ମାମଲାର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ । ନିଜ ୭ ବର୍ଷର ଝିଅକୁ ଯୌନ ଶୋଷଣ କରିଥିବା ଜଣେ ଡାକ୍ତରଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ସମୟରେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ କରିଛନ୍ତି ।  ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଟ୍ରାଏଲ କୋର୍ଟ ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ଯେଉଁ ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେ କ୍ଷମା ପାଇବାର ଯୋଗ୍ୟ ନୁହନ୍ତି । ଜଣେ ନିଜ ଝିଅକୁ କିପରି ଯୌନ ଶୋଷଣ କରିପାରିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରକୃତରେ ମଦ୍ୟପାନ ପରେ ମଣିଷ ନିଜ ଅକ୍ତିଆରରେ ନରହି ବରଂ ପଶୁ ପାଲଟିଯାଏ , ତାହା ଏହି ମାମଲାରୁ ପ୍ରମାଣିତ ହୋଇଛି ବୋଲି କୋର୍ଟ କହିଛନ୍ତି ।