ଆଜି ଜେଲରୁ ବାହାରିବେ କି କେଜ୍ରିୱାଲ! ସୁପ୍ରିମକୋର୍ଟ କରିବେ ଶୁଣାଣି
 
                                ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିବ କି ନାହିଁ, ଏହା ଉପରେ ସମସ୍ତଙ୍କ ନଜର ରହିଛି, କାରଣ ସୁପ୍ରିମକୋର୍ଟ ଆଜି ତାଙ୍କ ନିୟମିତ ଜାମିନ ପିଟିସନ ଉପରେ ଶୁଣାଣି କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାନଙ୍କ ବେଞ୍ଚ ମାମଲାରେ ଶୁଣାଣି କରିବେ। ସୁପ୍ରିମକୋର୍ଟ ୧୪ ଅଗଷ୍ଟରେ ଶୁଣାଣି କରି କେଜ୍ରିୱାଲଙ୍କ ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ନିୟମିତ ଜାମିନରେ ସିବିଆଇକୁ ନୋଟିସ ପଠାଇଥିଲେ। ଦିଲ୍ଲୀର ସିଏମ ସିବିଆଇର ଗିରଫ ଏବଂ ରିମାଣ୍ଡ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ୫ ଅଗଷ୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରୁଥିବା ପିଟିସନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ ଜାମିନ ପାଇଁ ନିମ୍ନ ଅଦାଲତ ଯିବାକୁ କହିଥିଲେ।
ଇଡି କେସରେ ଅନ୍ତରୀଣ ଜାମିନ ମିଳିବା ପରେ ସିବିଆଇ ତାଙ୍କୁ ୨୬ ଜୁନରେ ତିହାର ଜେଲରୁ ଗିରଫ କରିଥିଲେ। କେଜ୍ରିୱାଲ ୧୨ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ତାଙ୍କ ଗିରଫ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
