ଆଜି ପୂର୍ଣ୍ଣ ସୂର୍ଯ୍ୟପରାଗ ଦିନ ହୋଇଯିବ ରାତି, ଭାରତରେ ନାହିଁ ପ୍ରଭାବ
ନୂଆଦିଲ୍ଲୀ : ଆସନ୍ତାକାଲି ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ । ଦିନରେ ଆକାଶରେ ସୂର୍ଯ୍ୟ ଥାଇ ମଧ୍ୟ ଘୋଟିଯିବ ଅନ୍ଧକାର । ଫଳରେ ରାତି ପରି ଭ୍ରମ ସୃଷ୍ଟି ହେବ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ଯ୍ୟପରାଗ ଖୁବ୍ ବିରଳ । କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ ୨୦୪୪ ମସିହା ପର୍ଯ୍ୟନ୍ତ ଏପରି ବିରଳ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବାର ନାହିଁ । ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । କିନ୍ତୁ ଭାରତରେ ଏହାର ବିଶେଷ ପ୍ରଭାବ ପଡିବନି ।