କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ଅପିଲ : ତାରା ବାହିନୀପତି

କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ଅପିଲ : ତାରା ବାହିନୀପତି

ପୁରୀ :  ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଥିବା ଗୀତ ‘ଛି ଛି ଛିରେ ନନୀ’ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ବାଚସ୍ପତିଙ୍କୁ ସେ ଅପିଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୀତ ବିଷୟରେ ଆଲୋଚନା କରନ୍ତୁ ଓ ପଦକ୍ଷେପ ନଅନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରୁଛି। ସମସ୍ତେ ଏହି ଗୀତରେ ଏବେ ରିଲ୍ସ ମଧ୍ୟ କରୁଛନ୍ତି। କିନ୍ତୁ ଏହି ଗୀତ ୨୪ ବର୍ଷ ତଳେ ବୋଲାଯାଇଥିଲା। ଯାହା ୨୦୨୫ ନୂଆବର୍ଷରେ ବେଶ ଭାଇରାଲ ହେଉଛି। ତେବେ ୨୪ ବର୍ଷ ତଳର ଏ ଗୀତ ହଠାତ କାହିଁକି ସମସ୍ତଙ୍କ ମନକୁ ଛୁଉଁଛି । ଏହି ଗୀତ ହେଉଛି ପ୍ରେମ ଓ ଧୋକା ସହ ଜଡିତ କିଛି ପୁରୁଣା ଗୀତ ଭାଇରାଲ ହେଲେ ଲୋକେ ସେଥିରେ ରିଲ୍ସ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ଛି ଛି ଛିରେ ନନୀ ଛି ଛି ଗୀତଟି ବେକ୍ରଅପ୍‌ ଗୀତ ହୋଇଥିବାରୁ ଏଥିରେ ଯୁବବର୍ଗ ଅଧିକ ପ୍ରଭାବିତ ହୋଇ ରିଲ୍ସ ମଧ୍ୟ କରୁଛନ୍ତି। ୬ ବର୍ଷ ତଳେ କ୍ୟାସେଟ କାହାଣୀରୁ ବାହାରି ଡିଜିଟାଲ ଦୁନିଆଁ ଦେଖିଲା । ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହେଲା । ହେଲେ ୨୦୨୫ ଯେ, ‘ଛି ଛି ଛିରେ ନନୀ ଛି…’ ପାଇଁ ଗୋଲଡେନ୍ ଇୟର ପାଲଟିଯିବ ଏକଥା କିଏ କେବେ ଭାବିପାରିବ ? କୋରାପୁଟିଆ ବିରହ ଗୀତଟିକୁ ଲେଖିଥିଲେ ଏବଂ ଗାଇଥିଲେ। ସାତବର୍ଷ ପୂର୍ବେ ଏ ଗୀତକୁ ଏ ଘରୋଇ ଚ୍ୟାନେଲରେ ମଧ୍ୟ ରିଲିଜ କରାଯାଇଥିଲା । ତେବେ ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ତଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।