ସରକାରଙ୍କୁ ପ୍ରମିଳାଙ୍କ ଟାର୍ଗେଟ୍

ଭୁବନେଶ୍ୱର: ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ବିଜେପି ବିଧାୟକ ମନ୍ତ୍ରୀଙ୍କୁ ଅମାନ୍ୟ କରୁଛନ୍ତି । ବର୍ତ୍ତମାନର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁ ନାହାନ୍ତି । କିଛି ବିଧାୟକ ମନ୍ତ୍ରୀ ହେବେ ବୋଲି ବଡ଼ ପାଟିରେ ବି କହୁଛନ୍ତି । ଯିଏ ମନ୍ତ୍ରୀ ହେବେ ସେ ଗୋପରେ ବଢୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ୍ । ତେବେ ପ୍ରମିଳାଙ୍କ ଏହି ବୟାନକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ କଟାକ୍ଷ କରିଛନ୍ତି । ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରି ବିଜେପି ବିଧାୟକ ଟଙ୍କଧର କହିଛନ୍ତି, ଏବେ ୬ ମନ୍ତ୍ରୀ ପଦ ଖାଲି ପଡିଛି । ମନ୍ତ୍ରୀ କିଏ ହେବେ ତାଙ୍କ ଦଳରେ ପ୍ରତିଯୋଗିତା ଚାଲିଛି । ପ୍ରମିଳାଙ୍କୁ ଏଭଳି ସବୁ କହି ଟଙ୍କଧର କଟାକ୍ଷ କରିଛନ୍ତି ।