ନବ ଦାସ ହତ୍ୟାକାଣ୍ଡ : ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟା ଘଟଣାରେ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି । ତାଙ୍କ ପରିବାର ଲୋକଙ୍କ ବୟାନକୁ ଆଉଥରେ ରେକର୍ଡ କରାଯାଇଛି । ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେମାନେ ନ୍ୟାୟ ଦେଇ ପାରିି ନ ଥିଲେ, ତେଣୁ ଆମକୁ ଲିଖିତ ଆକାରରେ ଜଣେଇବା ପରେ ନବଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚି ବୟାନ ରେକର୍ଡ କରିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଁଞ୍ଚିଥିଲେ । ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଞ୍ଚି ବୟାନ ରେକର୍ଡ କରିଥିଲେ । ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି ନବ ଦାସଙ୍କ ସ୍ତ୍ରୀ । ଗତ ୧୧ ତାରିଖରେ ମା’ ଇ-ମେଲ କରିଥିବା ପୁଅ ପୁଅ ବିଶାଳ ଦାସ କହିଛନ୍ତି । ସେ ଇ-ମେଲ ଜରିଆରେ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି । ଇ-ମେଲ ସହ ପୋଷ୍ଟାଲରେ ଏକ ଚିଠି ପଠାଇ ନବ ଦାସଙ୍କ ସ୍ତ୍ରୀ ସମୟ ମାଗିଛନ୍ତି । ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଲେଖିଛନ୍ତି ।