ଗଣିତ ଆସିଲାନି ବୋଲି ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ
ଭୁବନେଶ୍ବର : ଭୁବନେଶ୍ବର ଡୁମୁଡୁମାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଭବନୀୟ ଘଟଣା I ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି I ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି ।