ସହଦେବ ନାୟକଙ୍କ ହତ୍ୟା ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍
ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ । ହତ୍ୟା କାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି । ତିନି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ହତ୍ୟାକାରୀ କେଦାର ପଲ୍ଲୀ ଅଞ୍ଚଳର ବୋଲି ଜଣା ପଡ଼ିଛି । ପୂର୍ବରୁ ବ୍ୟକ୍ତିଗତ ରାଗ ଥିଲା, ସେଇ ରାଗ ପାଇଁ ହତ୍ୟା କାଣ୍ଡ ହୋଇଥିବା ନେଇ ଭୁବନେଶ୍ବର ଡିସିପି କହିଛନ୍ତି ।