ପିସିସି ଶୃଙ୍ଖଳା କମିଟି ଗଠିତ ସୁଜିତ୍ ପାଢ଼ୀ ଅଧ୍ୟକ୍ଷ

ଭୁବନେଶ୍ୱର  : ଦଳରେ ଶୃଙ୍ଖଳା ରକ୍ଷା କରିବା ଓ ବିଶୃଙ୍ଖଳାକୁ ରୋକିବା ଦିଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଗଠନ କରିଛନ୍ତି  । ଉକ୍ତ କମିଟିରେ ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ବିଧାୟକ ଜାକବ ପ୍ରଧାନ ଆବାହକ ଅଛନ୍ତି  । ସେହିପରି ଉକ୍ତ କମିଟିରେ ସଂଯୁକ୍ତା ମହାନ୍ତି ବେହେରା, କିଷାନ ପଣ୍ଡା, ସୁରଥ ମହାକୁଡ ସଦସ୍ୟ ଭାବେ ରହିଛନ୍ତି  । ଉକ୍ତ କମିଟି ଦଳରେ ଶୃଙ୍ଖଳା ରକ୍ଷା କରିବା ଦିଗରେ କାର୍ଯ୍ୟ କରିବେ ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି  ।