ଦାନ୍ତରୁ ଜଣାପଡିବ ଆପଣ କେତେ ସୁସ୍ଥ!
ଧଳା ଓ ସ୍ୱଚ୍ଛ ଦାନ୍ତ କେବଳ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ତାହା ନୁହେଁ ଏହା ମଧ୍ୟ ସୁସ୍ଥ ରହିବାର ସନେ୍ଦଶ ଦେଇଥାଏ । ଯଦି ଦାନ୍ତରେ କିଛି ଅସୁବିଧା ଦେଖିବାକୁ ମିଳୁଛି ତେବେ ଏହା କିଛି ରୋଗ କାରଣରୁ ହୋଇଥାଇ ପାରେ ବୋଲି ଅନୁମାନ କରନ୍ତୁ । ଆସନ୍ତୁ ଜାଣିବା ଦାନ୍ତ କେଉଁଭଳି ପରିବର୍ତ୍ତନ ଦେଖା ଦେଲେ କେଉଁ ରୋଗର ସୂଚନା ଦେଇଥାଏ ।
ସୁସ୍ଥ ହୃଦୟ : ସର୍ଭେ ଅନୁସାରେ ଦାନ୍ତମୂଳ ସଂକ୍ରମଣ ହେଉଥିଲେ ହୃଦୟ ସମ୍ବନ୍ଧୀୟ କିଛି ରୋଗ ହୋଇଥିବା ସୂଚନା ଦେଇଥାଏ । ଏହାଦ୍ୱାରା ହାର୍ଟ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ କିମ୍ବା ହୃଦୟଜନିତ କିଛି ବି ରୋଗର ଆଶଙ୍କା ବଢ଼ିଯାଇଥାଏ । ଯଦି କୌଣସି କାରଣ ନଥାଇ ଦାନ୍ତରୁ ରକ୍ତ ବାହାରୁଛି ବା ଦାନ୍ତ ଗଳି ପଡୁଛି । ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
କମ୍ ପୋଷକ ତତ୍ତ୍ୱ : ଯଦି ଆପଣଙ୍କ ପାଟି ବାରମ୍ବାର ଶୁଖିଲା ଭଳି ଲାଗୁଛି କିମ୍ବା ଖଣ୍ଡିଆ ହୋଇ ଶୁଖୁନାହିଁ ଏହା ଆନେମିଆ ସମସ୍ୟା । ଏହି ଲକ୍ଷଣ ଶରୀରରେ ଭିଟାମିନ୍ ବି -୧୨ ହ୍ରାସ ପାଇଁ ହୋଇପାରେ । ଯଦି ଦନ୍ତ ଚିକିତ୍ସକ ଏହି ସମସ୍ୟାର ସମାଧାନ କରି ପାରୁ ନାହାନ୍ତି ତେବେ ଥରେ ସିବିସି ଟେଷ୍ଟ କରି ରୋଗ ସମ୍ପର୍କରେ ଅବଗତ କରିନେବା ଆବଶ୍ୟକ ।
ଇନ୍ଫ୍ଲାମେଟୋରୀ ବାୱେଲ ଡିଜିଜ୍ (ଆଇବିଡି): ଇନ୍ଫ୍ଲାମେଟୋରୀ ବାୱେଲଡିଜିଜ୍ ଏକ ଗମ୍ଭୀର ଆନ୍ତଃ ସମସ୍ୟା । ଯାହା ଆପଣଙ୍କ ମୁହଁରୁ ନେଇ ଆନ୍ତଃ ପ୍ରଭାବିତ କରି ଥାଏ । ଏହି ରୋଗର ସଙ୍କେତ ଜିଭ ଓ ଓଠ ଉପରେ ସିଧା ପ୍ରଭାବ ପକାଇଥାଏ । ଓଠରୁ ରକ୍ତ ମଧ୍ୟ ବହିଥାଏ । ତେଣୁ ଏହି ସମସ୍ୟାକୁ ଅଣଦେଖା ନକରି ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ ।
ଡିମେନସିଆ : ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଦାନ୍ତ ମୂଳ ସଂକ୍ରମଣ ଯୋଗୁଁ ଦାନ୍ତରୁ ରକ୍ତ ପଡିବା ଡିମନେସିଆର ସଙ୍କେତ । ଡିମେନସିଆ ଏକ ଏଭଳି ରୋଗ ଯାହା ମଣିଷର ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
ଚାପ : ଯଦି ଆପଣଙ୍କ ଦାନ୍ତ ଖାଇ ଅଧାରୁ ଭାଙ୍ଗି ଯାଉଛି ତେବେ ଏହା ଅଧିକ ଚାପଗ୍ରସ୍ତର ସଙ୍କେତ ଦିଏ । ଅନ୍ୟପକ୍ଷରେ କିଛି ଲୋକ ମାନସିକ ଚାପ ଯୋଗୁ ଦାନ୍ତ ରଗଡିଥାନ୍ତି । ଯଦ୍ୱାରା ଦାନ୍ତ ଉପରେ ଏହାର ବହୁତ ବଡ ପ୍ରଭାବ ପଡିଥାଏ । ଏଥସହିତ କାନ୍ଧ, ବେକ ଓ ମୁଣ୍ଡ ଆଦି ବ୍ୟଥା ହେବା ଭଳି ସମସ୍ୟା ସବୁ ଦେଖିବାକୁ ମିଳିଥାଏ ।