ଜିଲ୍ଲା ଖୁଚୁରା ବିକ୍ରେତା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ଯାଜପୁର ଟାଉନ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ଆହ୍ୱାନରେ ଯାଜପୁର ଜିଲାରେ କାର୍ଯ୍ୟରତ ଖୁଚୁରା ବିକ୍ରେତା ସଂଘ ପକ୍ଷରୁ ୭ଦଫା ଦାବୀପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । 
 ସଂଘର ଜିଲା ସଂଯୋଜକ ରବିନାରାୟଣ ଜେନା, ରାଜେଶ ପଣ୍ଡା, ଦିଲ୍ଲୀପ ଜେନା, ପ୍ରଶାନ୍ତ ରାୟ, ଶରତ ଦାସ, ରାଜେଶ ବରାଳ, କାର୍ତିକ ଚନ୍ଦ୍ର ସାହୁ, ଦୀପକ ବେହେରା, ଜଗଦିଶ୍ ମହନ୍ତ, ଗୋପାଳ ରାଉତ, ମହମ୍ମଦ ଅଲ୍ଲି, ଉମାକାନ୍ତ ସାମଲ, ଗଦାଧର ଦାସ, ବିର ଶତପଥୀ, ପ୍ରଣବ ଆ·ର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ଜିଲାର କାର୍ଯ୍ୟରତ ଖୁଚୁରା ବିକ୍ରେତା ଜିଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି କି କାର୍ଯ୍ୟରତ ଖୁଚୁରା ବିକ୍ରେତା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଅନ୍ତର୍ଗତ ସାମଗ୍ରୀ ପଡ଼ିକାର୍ଡ଼ଧାରୀ ମାନଙ୍କୁ ସୁ·ରୁରୂପେ ବଂଟନ କରିଆସୁଛନ୍ତି । ସାମଗ୍ରୀ ବଂଟନ ବାବଦରେ ବିଭାଗ ପାରିଶ୍ରମିକ ପ୍ରଦାନ କରିଥାଆନ୍ତି । ପାରିଶ୍ରମିକ ଅର୍ଥରୁ କାର୍ଯ୍ୟରତ ଖୁଚୁରା ବିକ୍ରେତା ଦୋକାନ ଘର ଭଡ଼ା ଖର୍ଚ୍ଚ, ପି.ଓ.ଏସ୍ ମେସିନ୍ ପାଇଁ ଆବଶ୍ୟକ ହେଉଥିବା ନେଟ୍ ଖର୍ଚ୍ଚ, ବିଦୁ୍ୟତ ଖର୍ଚ୍ଚ, ସାମଗ୍ରୀ ବଂଟନ ପାଇଁ ନିଯୁକ୍ତ ସହାୟକମାନଙ୍କ ପାଇଁ ପାରିଶ୍ରମିକ ଦେବା ସହ ନିଜର ପରିବାର ଭରଣ ପୋଷଣ କରିଥାଆନ୍ତି । କିନ୍ତୁ କରୋନା ମହାମାରୀ ସମୟରୁ ବକେୟା ରହିଥିବା ୬ମାସର ପାରିଶ୍ରମିକ, ୨୦୨୩ ମସିହା ଜାନୁୟାରୀ, ଫେବୃୟାରୀ, ମାର୍ଚ୍ଚ ମାସର ଅଧା ପାରିଶ୍ରମିକ ୨୦୨୪ଜାନୁୟାରୀ ଠାରୁ ଜୁନ୍ ମାସର ଅଧା ପାରିଶ୍ରମିକ, ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ପାରିଶ୍ରମିକ ଓ ବର୍ତମାନ ବଂଟନ ହେଉଥିବା ଅକ୍ଟୋବର ଠାରୁ ଡିସେମ୍ବର ମାସର ସମ୍ପୂର୍ଣ୍ଣ ପାରିଶ୍ରମିକ ଅର୍ଥାତ୍ ୯ମାସର ଅଧା ପାରିଶ୍ରମିକ ଓ ୬ମାସର ସମ୍ପୂର୍ଣ୍ଣ ପାରିଶ୍ରମିକ ଏବଂ କରୋନା ସମୟର ବକେୟା ୬ମାସର ପାରିଶ୍ରମିକ ଆଜିଯାଏଁ ଖୁଚୁରା ବିକ୍ରେତାମାନଙ୍କୁ ସରକାର ପ୍ରଦାନ କରିନାହାନ୍ତି । ଗତ ଅକ୍ଟୋବର ମାସରେ କଟକ ଜିଲାପାଳ ସମ୍ମଳିନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ ଯେ ବଂଟନ ସମୟର ପଡ଼ିକାର୍ଡ଼ ଧାରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ବରଂ ବ୍ୟବସ୍ଥାର ସରଳିକରଣ କରାଯିବ । ହେଲେ ଅଧିକାଂଶ ସମୟ ନେଟ୍ୱର୍କ ସମସ୍ୟା, ସର୍ଭର ଡାଉନ୍, ଲିଙ୍କ୍ ଫେଲ୍ ସମସ୍ୟା ଦେଖା ଦେଉଥିବାରୁ ଖୁଚୁରା ବିକ୍ରେତାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯୋଗାଣ ବିଭାଗ ଖୁଚୁରା ବିକ୍ରେତାଙ୍କର ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଖୁଚୁରା ବିକ୍ରେତାମାନେ ପଡ଼ିକାର୍ଡ଼ ଧାରୀଙ୍କ ରୋଷର ଶୀକାର ହେଉଛନ୍ତି । ଏହି ସମସ୍ୟାର ସମାଧାନସହ ଅନ୍ୟ ରାଜ୍ୟ ସରକାରଙ୍କ ପରି କୁଇଣ୍ଟାଲ ପ୍ରତି ୨ଶହ ଟଙ୍କା ପାରିଶ୍ରମିକ ଅର୍ଥ ରାଶି ପ୍ରଦାନ କରିବା, ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ କରୋନା ମହାମାରୀ ସମୟରୁ ଆଜିଯାଏଁ ବକେୟା ସମସ୍ତ ପାରିଶ୍ରମିକ ଅର୍ଥ ଏକକାଳିନ ପ୍ରଦାନ କରିବା, ପରିବହନ ଠିକାଦାରମାନଙ୍କ ଦ୍ୱାରା ସାମଗ୍ରୀ ପହଁଚାଣ ସମୟରେ ହେଉଥିବା ବ୍ୟପାକ ଅନିୟମିତତା ବନ୍ଦ କରିବା ପାଇଁ ସ୍ଥଗିତ ରହିଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରି ଧାର୍ଯ୍ୟ ମାପ ଅନୁସାରେ ସାମଗ୍ରୀ ପହଁଚାଣର ବ୍ୟବସ୍ଥା କରିବା, କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କୁ ଇ-କେ.ୱାଇ.ସି ବାବଦ ପାରିଶ୍ରମିକ ଅର୍ଥ ପ୍ରଦାନ କରିବା, ସାମଗ୍ରୀ ବଂଟନ ସମୟରେ ସର୍ଭର ଡାଉନ୍, ଲିଙ୍କ୍ ଫେଲ୍, ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା, ଅନ୍ୟ ରାଜ୍ୟପରି ୩ବର୍ଷିୟା ସନନ୍ଦ ନବିକରଣ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ୨୦୧୩ ନିୟମାନୁଯାୟୀ ଖୁଚୁରା ବିକ୍ରେତାମାନଙ୍କୁ ଅଗି୍ରମ ପାରିଶ୍ରମିକ ରାଶି ପ୍ରଦାନ କରିବା ଦାବି ରଖିଛନ୍ତି ।