ତେଜିବ କି ମନ୍ଦିର ମସଜିଦ ବିବାଦ!
ଜୟପୁର : ରାଜା ରାଜୁଡ଼ା ଅମଳରୁ ଜୟପୁର ସହରର ଶ୍ରୀରାମ ଗୋଳି ଜାମାଲ ସାହିରେ ଚାଲି ଆସୁଥିବା ଶ୍ରୀରାମ ନବମୀ ଉସôବ ପାଳନ ଭବିଷ୍ୟତରେ ପ୍ରଶାସନିକ ଅବହେଳା ଯୋଗୁଁ ଘୋର ବିବାଦ ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇବା କଷ୍ଟକର ହେବା ସୁନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି ।
ବିଗତ ୧୩ ସେପ୍ଟେମ୍ବର ୨୦୨୩ ତାରିଖରେ ଜୟପୁରର କିଛି ସନାତନି ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଶ୍ରୀରାମ ନବମୀ ଉସôବ ପାଳନ ହେଉଥିବା ମନ୍ଦିର କାନ୍ଥକୁ ଲାଗି ପାର୍ଶ୍ୱରେ ଏକ ବିରାଟ ମସଜିଦ ନିର୍ମାଣକୁ ବିରୋଧ କରି ଲିଖିତ ଦେଇଥିଲେ । ଏହି ଅଭିଯୋଗ ପାଇବା ପରେ ଉପଖଣ୍ଡ ପ୍ରଶାସନ ଜୟପୁର ତହସିଲଦାର ଏବଂ ଟାଉନ ଥାନା ଅଧିକାରୀଙ୍କୁ ଏକ ତଦନ୍ତ କରିବା ନିମନ୍ତେ ଚିଠି ସଂଖ୍ୟା ୬୩୯୨ ତାରିଖ ୪-୧୦-୨୩ ରେ ମାଗିଥିଲେ । ଜୟପୁର ଟାଉନ ଥାନା ଅଧିକାରୀ ତାଙ୍କ ଚିଠି ସଂଖ୍ୟା ୭୩୯ ତାରିଖ ୨୩-୨-୨୪ ରେ ଭବିଷ୍ୟତରେ ଧାର୍ମିକ ଗୋଣ୍ଡଗଳ ହେବା ସମ୍ଭାବନା ରହିଥିବା ଲିଖିତ ସୁଚିତ କରିଥିଲେ ଏବଂ ତହସିଲଦାରଙ୍କ ଚିଠି ସଂଖ୍ୟା ୬୭୩ ତାରିଖ ୨୧-୨-୨୪ରେ ଆରଆଇ ଉଲ୍ଲେଖ କରିଛନ୍ତି ବିଗତ ୧୦୩ ବର୍ଷ ଧରି ଏଠାରେ ଶ୍ରୀରାମ ନବମୀ ପାଳନ କରିଆସୁଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି । ଏଥି ପୂର୍ବରୁ ଏହି ପରିପ୍ରେକ୍ଷୀରେ ୧୯୯୦ ମସିହାରେ ଜୟପୁର ଜନସାଧାଣଙ୍କର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ତକôାଳୀନ ଉଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ୨୩-୩-୧୯୯୦ ବସିଥିଲା ଯେଉଁଥିରେ ସେଠାରେ ମସଜିଦ ନିର୍ମାଣ ନକରିବା ନିମନ୍ତେ ପ୍ରଶାସନକୁ ଶ୍ରୀରାମ ନବମୀ ପୂଜା କମିଟି ନିବେଦନ କରିଥିଲେ ଏବଂ ଶ୍ରୀରାମ ନବମୀ ପାଳନ ସମୟରେ ସେଠାରେ ମଦ୍ରାସା ଏବଂ ନମାଜ ନପଡ଼ିବା ନିମନ୍ତେ ଆଲଚନାରେ ନିଷ୍ପତ୍ତି ହୋଇଥିବା ଉପ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୨୪୫ ତାରିଖ ୨୭-୪-୧୯୯୦ ରେ ଉଲ୍ଲେଖ ରୋହିଛ । ବିଡ଼ମ୍ବନାର ବିଷୟ ଯେ ଯେଉଁ ନିଷ୍ପତି ୧୯୯୦ ମସିହାରେ ହୋଇଥିଲା ସେଥିରୁ ଇମାମୀୟା ମସଜିଦ କମିଟି ବିଚୁ୍ୟତ ହୋଇ ମସଜିଦ ନିର୍ମାଣ କରିଥିବାରୁ ସନାତନି ଏହାକୁ ନେଇ ଲିଖିତ ଅଭିଯୋଗ କରିଥିଲେ । ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ଏହି ଅଭିଯୋଗକୁ ନଜର ଅନ୍ଦାଜ କରି ଥିବା ଯୋଗୁଁ ଆଗାମୀ ଦିନରେ ଏହି ଶ୍ରୀରାମ ନବମୀ ପାଳନ କମିଟିର ମନ୍ଦୀର ଏବଂ ମସଜିଦ ବିବାଦ ଉଗ୍ରରୂପ ନେବା ସୁନିଶ୍ଚିତ ବୋଲି ସାଧାରଣରେ ବୋହୁଳ ଚର୍ଚ୍ଚା ହେଉଛି । ବେଳ ଥାଉଣୁ ଯଦି ପ୍ରଶାସନ କିଛି ଆଗୁଆ ପଦକ୍ଷେପ ଗ୍ରହଣ ନକରେ ତେବେ ଭବିଷ୍ୟତରେ ଏହି ସମସ୍ୟା ଉଗ୍ରରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ମତ୍ତ ପ୍ରକାଶ ପାଇଛି ।