ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ: ମନ୍ତ୍ରୀ

ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ । ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆଗାମୀ ଦିନରେ ଓମଫେଡକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି। ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ । 

ଏହାସହ ୨୦ଟି କ୍ଷୀର ଧାରାକେନ୍ଦ୍ର ପଞ୍ଚାୟତରେ ଖୋଲିଛି । ପର୍ଯାୟ  କ୍ରମେ ଆଉ ୨୭ରୁ ୨୮ଟି ଖୋଲିବ। ୨କୋଟି ବକେୟା ରାଶି ରହିଛି । ତେବେ ନୋଟିସ ପରେ ୮୨ଲକ୍ଷ ଆଦାୟ ହୋଇଛି । ୭ଦିନ ଭିତରେ ବକେୟା ନ ଦେଲେ ଆକ୍ସନ ନିଆଯିବ। ସେପଟେ ପୁରୀ ଜଗନ୍ନାଥ ମନ୍ଦିରରେ ଓମଫେଡ ଘିଅ ବ୍ୟବହାର କରାଯିବ ।  ଏଥିପାଇଁ ସପ୍ଲାଇ ଆରମ୍ଭ ହୋଇଛି। ଜଗନ୍ନାଥ ମନ୍ଦିରରେ ଦିନକୁ  ୪ଟନ ଘିଅ ଆବଶ୍ୟକ ରହିଛି । ପ୍ରତି ଦିନ ୮ରୁ ୧୦ଟନ ଘିଅ ଉତ୍ପାଦନ ହେଉଛି ତେଣୁ ଏହି ଆବଶ୍ୟକତା ପୂରଣ ପାଇଁ ଓମଫେଡ ସକ୍ଷମ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ବଜାର ଠାରୁ କମ୍ ଦରରେ ହୋଲସେଲ ରେଟରେ ଘିଅ ଦିଆଯିବ। ଓମଫେଡ ସଂସ୍ଥା କୁ ପୁନର୍ଗଠନ କରାଯିବା ସହ ଅଧିକ ଆତ୍ମନିର୍ଭର କରାଯିବ । ଚାଷୀଙ୍କ ପ୍ରୋତ୍ସାହନ ରାଶି ୨୯କୋଟି ସାତ ଦିନ ଭିତରେ ଦିଆଯିବ ।