ପୂର୍ବତନ ରାଜସ୍ୱ କର୍ମଚାରୀଙ୍କ ପରଲୋକ 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ରଜା ସାହିର କେ ବାବୁ ପାତ୍ର ଙ୍କ(୬୮) ଶୁକ୍ରବାର ପରଲୋକ ଘଟିଛି । ସେ ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ଉପନିବନ୍ଧକ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରୁ ଅବସର ନେଇଥିଲେ । ସେ ଜଣେ ଭଲ ମଞ୍ଚ କଳାକାର ଓ ସମାଜସେବୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ । ଶାରିରୀକ ଅସୁସ୍ଥତା କାରଣରୁ ଗତ କିଛିଦିନ ଧରି ସେ ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିସôିତ ହେଉଥିଲେ । ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶରେ ଶୁକ୍ରବାର ଘରକୁ ଆଣିଥିଲେ । ହିଞ୍ଜିଳିକାଟୁ ରଜା ସାହି ଘରେ ପହଞ୍ଚିବାର କିଛି ସମୟପରେ ତାଙ୍କର ଦେହାନ୍ତ ଘଟିଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହ ଶେଷକୃତ୍ୟରେ ଯୋଗ ଦେଇଥିଲେ । ତାଙ୍କର ବିଧବା ପନôୀ ଓ ଗୋଟିଏ ଲେଖାଁଏ ପୁଅ ଝିଅ ଅଛନ୍ତି ।