ରାତିର ତାପମାତ୍ରା ବଢ଼ିବ

ରାତିର ତାପମାତ୍ରା ବଢ଼ିବ

ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ।  ଏହା ପ୍ରଭାବରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜି ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରୀ ରହିଛି । ଫୁଲବାଣୀରେ ୮ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୮.୫,  କୋରାପୁଟରେ ୯.୪, ରାଉରକେଲାରେ ୯.୫,  ନବରଙ୍ଗପୁର, ଭବାନୀପାଟଣା ଓ ଝାରସୁଗୁଡ଼ାରେ  ୯.୮, କେନ୍ଦୁଝରରେ ୧୦.୮ ଓ ବଲାଙ୍ଗିରରେ  ରାତି ତାପମାତ୍ରା ୧୧ ଡିଗ୍ରୀ ରହିଛି । ରାଜଧାନୀ  ଭୁବନେଶ୍ୱରରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି।