ଆଜିଠୁ ବଢିବ ତାତି

ଆଜିଠୁ ବଢିବ ତାତି

ଭୁବନେଶ୍ୱର : ମାଘ ନ ସରୁଣୁ ହିଁ ଶୀତ ଉଭାନ ହେବାକୁ ବସିଲାଣି। ଜାନୁଆରୀ ଶେଷ ନହେଉଣୁ ପାରଦ ବଢ଼ିବା ସହିତ ଖରା ଟାଣ ହେଲାଣି। ଆଜିଠୁ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ଏବଂ ଖରା ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଗାମୀ ୪ ରୁ ୫ ଦିନ ଯାଏ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକ ରହିବ। ବୁଧବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୂତ ହୋଇଛି। ସପ୍ତାହେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ। କିନ୍ତୁ କୁହୁଡ଼ି ପ୍ରଭାବ ଆହୁରି ଦୁଇ ଦିନ ରହିବ।