ବାଲିଯାତ୍ରା ବିଶ୍ୱ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ 

 କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କଟକ ଉପର ବାଲିଯାତ୍ରା ପଡ଼ିଆ ରୋଟାରୀ ଆଇ ହସ୍ପିଟାଲ କ୍ୟାମ୍ପ ରେ ଅନୁଷ୍ଠାନର ୬୨ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ବିଶ୍ୱ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ କଣ୍ଠଶିଳ୍ପୀ ଭକ୍ତି ସଙ୍ଗୀତ ଗାନ କରି ପରିବେଶକୁ ଅମୃତମୟ କରିଥିଲେ । ଏହି ଅବସରରେ ଧବଳେଶ୍ୱର ସାରସ୍ୱତ ଆଶ୍ରମର ସଭାପତି ଶ୍ରୀ ମାନସ ଚୈତନ୍ୟ ମହାରାଜା ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ସବୁ ଧର୍ମର ସାରମର୍ମ ମାନବସେବା ବୋଲି ଗୀତା, ଭାଗବତ ଏବଂ ବାଇବେଲକୁ ଉଦାହରଣ ଦେଇ ସମୀକ୍ଷା କରିଥିଲେ । ମୁଖ୍ୟଅତିଥି ପ୍ରଭାତ ନନ୍ଦ, ପ୍ରାକ୍ତନ ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ କୈବଲ୍ୟ ସାହିତ୍ୟ ସଂସଦ ବିଶ୍ୱର ଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରିଥିଲେ ।
ଅନୁଷ୍ଠାନ ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ଧର୍ମ ଏବଂ ମାନବବାଦର ସମ୍ମିଳିତ ସ୍ୱର ଆଧ୍ୟାତ୍ମିକ ଚେତନା ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟବକ୍ତା ସ୍ମୃତି ପଟ୍ଟନାୟକ, ବରିଷ୍ଠ ସଭାନେତ୍ରୀ କୈବଲ୍ୟର ତାତ୍ପର୍ଯ୍ୟ, ବାଲିଯାତ୍ରା, ମାନବବାଦକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ଚେତନାର ପରିଭାଷାକୁ ସ୍ପଷ୍ଟ କରିଥିଲେ । ସମ୍ମାନିତ ବକ୍ତା ଡ. ଦିପାୟାନ ପଟ୍ଟନାୟକ ଉକôଳୀୟ ସଂସ୍କୃତିର ସୂକ୍ଷ୍ମ ପ୍ରକରଣ ହେଉଛି ମନବସେବା ବୋଲି ପ୍ରକାଶ କରିଥିଲେ । ସମ୍ମାନିତଅତିଥି ଲିଙ୍ଗରାଜ ପତି, ସତ୍ୟବ୍ରତ ପୁହାଣ, ଲଳିତେନ୍ଦୁ ପାଲାଉରି, ଡ. ଆଲୋକ ସାହୁ, ଡ. ସେକ କଲିମୂଲ୍ଲା, ବିଶ୍ୱନାଥ ପଣ୍ଡା, ଭଗବତୀ ଖଟୁଆ ଯୋଗଦାନ କରି ଉକôଳୀୟ ସଂସ୍କୃତିର ବାଲିଯାତ୍ରା ଏବଂ ବିଶ୍ୱ ମାନବ ବାଦର ବ୍ୟାଖ୍ୟା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ଆଧ୍ୟାତ୍ମିକ ଚେତନାର ପ୍ରତୀକ ପତାକା ଉନ୍ମୋଚିତ କରାଯାଇଥିଲା । ଅବସରରେ ଓଡିଶା ସେବା ଗୌରବ ସମ୍ମାନ ୨୦୨୪ ସ୍ମୃତି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚରେ ଏବଂ ମଞ୍ଚ ବାହାରେ ବାଲିଯାତ୍ରା ପଡିଆରେ ୨୦୦ ପ୍ରତିଭାଙ୍କୁ ସେବା ଗୌରବ ଏବଂ ଆଧ୍ୟାତ୍ମିକ ଚେତନା ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ବ୍ରଜେଶ୍ୱରୀ ସିଂହ ମଞ୍ଚ ପରିଚାଳନା କରିଥିଲେ ଏବଂ ଜଗତସିଂହପୁର ନିବାସୀ କବୟିତ୍ରୀ ସଂହିତା ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।