ରିଆମାଳରେ ମହାବଳ ବାଘ ଆତଙ୍କ : ଭୟରେ ଲୋକେ
ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ବାବାଜି ମଠ ଗ୍ରାମ ନିକଟ ଝାରମୁଣ୍ଡା ଜଙ୍ଗଲରେ ବାଘର ପାଦଚିହ୍ନ ପଡିଥିବା ଠାବ ହୋଇଛି ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳି ଯାଇଛି । ସୂଚନାପାଇ ବନବିଭାଗ ପାଦ ଚିହ୍ନର ନମୂନା ସଂଗ୍ରହ କରିଥିବା ବେଳେ ବିଶେଷଜ୍ଞ ଟିମ ଏହାର ଯାଞ୍ଚ କରୁଛନ୍ତି । ତେବେ, ଗତ କିଛି ଦିନ ହେଲା ଏକ ମହାବଳ ବାଘ ରିଆମାଳ ବନାଞ୍ଚଳରେ ବୁଲୁଥିବା ନେଇ ବନବିଭାଗ ପାଖରେ ଖବର ରହିଥିଲା । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ମଧ୍ୟ ଲଗାଯାଇଛି । ସ୍ବତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି । ଅନ୍ୟପଟେ ପାଖ ଜଙ୍ଗଲକୁ ଗୃହପାଳିତ ପଶୁ ନ ଛାଡିବା ସହ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କେବଳ ପାଦ ଚିହ୍ନ ଠାବ ହୋଇଥିବା ବେଳେ ଲାଗିଥିବା କ୍ୟାମେରାରେ ବାଘର କୌଣସି ଫଟୋ ଉତେ୍ତ୍ତାଳନ ହୋଇନାହିିଁ ।