ତୃତୀୟ ବିବାହ କରିବେ ମେରୀ କମ୍!
ନୂଆଦିଲ୍ଲୀ : ବକ୍ସର ମେରୀ କମ୍ଙ୍କ ଦାମ୍ପତ୍ୟ ଜୀବନରେ ଫାଟ । ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସେ ତୃତୀୟ ବିବାହ କରିବେ ବୋଲି ଆଲୋଚନା ହେଉଛି । ମେରୀ କରୁଁ ଅନଲରଙ୍କୁ ୫ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ । ଯାହାକୁ ଏହା ଭିତରେ ବିତିଯାଇଛି ପାଖାପାଖି ୨୦ ବର୍ଷ । ବିବାହ ପରେ ସେମାନଙ୍କର ତିନୋଟି ସନ୍ତାନ ହୋଇଥିଲା । ପରେ ସେମାନେ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା । ହେଲେ ଏବେ ସେମାନଙ୍କ ଛାଡପତ୍ର ଖବର ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏକ ରିପୋର୍ଟ ଅନୁସାରେ, ମେରୀ କମ୍ ଓ ତାଙ୍କ ସ୍ୱାମୀ କରୁଁ ଅନଲରଙ୍କ ମଧ୍ୟରେ ସମ୍ପର୍କ ୨୦୨୨ରୁ ଖରାପ ହୋଇଥିଲା ଲାଗିଛି । ଧୀରେ ଧୀରେ ଏହା ସମୟ ସହିତ ଆହୁରି ଖରାପ ହୋଇଛି । ରିପୋର୍ଟରେ ଆହୁରି ବି କୁହାଯାଇଛି ଯେ ମେରୀ କମ୍ କୁଆଡେ ଅନ୍ୟ ଜଣଙ୍କୁ ପ୍ରେମ କରୁଛନ୍ତି । ତେବେ ଏଥିରେ କେତେ ସତ୍ୟତା ଅଛି ତାହା ଜଣାପଡିନି । କିନ୍ତୁ ମେରୀ କମ୍ ତାଙ୍କ ଜୀବନରେ ତୃତୀୟ ବ୍ୟକ୍ତି ଆସିବା ଖବରକୁ ଅସ୍ୱୀକାର କରିନାହାଁନ୍ତି ।