ସିନିୟର ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ୍: ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଜିତିଲେ ସୃଷ୍ଟି 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ୱାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସ୍ୱିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ସ୍ୱିମିଙ୍ଗ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାରୁ ୭ଜଣ ପୁରୁଷ ଓ ୭ ଜଣ ମହିଳା ସର୍ବମୋଟ୍ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଓଡ଼ିଶାର କ୍ରୀଡ଼ାବିତ୍ ସୃଷ୍ଟି ଉପାଧ୍ୟାୟ ୧୦୦ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉଦ୍ଘାଟନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ୱାଟିକ୍ ଚାମ୍ପିଅନସିପ୍ ପ୍ରତିଯୋଗିତାର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀ ନିଜର ଉକôୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସୁନାମ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି । କାର୍ଯ୍ୟକ୍ରମରେ ସ୍ୱିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଆର.ଏନ ଜୟପ୍ରକାଶ, ଏସିଆନ୍ ଆକ୍ୱାଟିକ୍ ଫେଡ଼େରେସନ୍ର ଭାଇସ୍ ପ୍ରେସିଡେଣ୍ଟ ବିରେନ୍ଦ୍ର ନାନାବତୀ, ସ୍ୱିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋକ୍ସି, ଓଡିଶା ଷ୍ଟେଟ ସ୍ୱିମିଙ୍ଗ ଆସୋସିଏସନ୍ର ଜେନେରାଲ ସେକ୍ରେଟାରୀ ଗୋଲାପମଣି ମହାନ୍ତ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।