ବଲାଙ୍ଗିର ଚାମ୍ପିଅନ୍ ଲିଗ୍ ଚତୁର୍ଥ ଦିନ ଆମ୍ବେଦକର ୱାରିୟର୍ସ ଓ ବ୍ଲାଷ୍ଟର ବିଜୟୀ
ବଲାଙ୍ଗିର : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଚାଲିଥିବା ଚାମ୍ପିଅନ ଲିଗ୍ର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍ଟି ଆମ୍ବେଦକର ୱାରିୟର୍ସ ଓ ଟିମ୍ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୮୦ ରନ୍ ସଂଗ୍ରହ କରିଥିଲେ । ୧୮୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଲାୟନ ଦଳ ସମୁଦାୟ ୧୫୭ ରନ୍ ସଂଗ୍ରହ କରି ୨୪ ରନ୍ରେ ପରାଜିତ ହୋଇଥିôଲା । ସେହିପରି ଦ୍ୱିତୀୟ ମ୍ୟାଚ୍ଟି ବ୍ଲାଷ୍ଟର ଓ ଆବ୍ରାହମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବ୍ଲାଷ୍ଟର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୧୫୫ ରନ୍ ସଂଗ୍ରହ କରିଥିଲେ । ୧୫୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଆବ୍ରାହମ ଦଳ ୮ ୱିକେଟ ବିନିମୟରେ ୧୧୪ ରନ୍ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ ଟିକୁ ବ୍ଲାଷ୍ଟର ଦଳ ୪୧ ରନ୍ରେ ବିଜୟୀ ହୋଇଥିଲେ । ଆବ୍ରାହମ ଦଳ ତରଫରୁ ବଣୁଧର ସେଠ ସର୍ବାଧିକ ୩୭ ରନ୍ ସଂଗ୍ରହ କରିଥିଲେ । ବ୍ଲାଷ୍ଟର ଦଳ ତଫରୁ ଦିବ୍ୟମ୍ ଛପାଡିଆ ୨ଗୋଟି ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ବାବୁଲୁ ସେଠ ଓ ଦ୍ୱିତୀୟ ମ୍ୟାଚରେ ଦିବ୍ୟମ୍ ଛପାଡିଆଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଉଭୟ ମ୍ୟାଚ୍କୁ ବିଶ୍ୱମ୍ବର ମହାକୁର ଓ ସ୍ମିତ ଦଲାଇ ପରିଚାଳନା କରିଥିଲେ । ଭବାନୀ ଶଙ୍କର ମହାନନ୍ଦ ଓ ରାହୁଲ ନାଗ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଅତିଥି ଭାବେ ପୂର୍ବତନ କ୍ରିକେଟ ସଂପାଦକ ତଥା କ୍ରୀଡା ସଂଗଠକ ହରିବନ୍ଧୁ ପାଣି ଓ ପୁଲିସ ଇନ୍ଷ୍ଟ୍ରକଟର ସୁଦୟ ବାରିକ ତଥା ପୂର୍ବତନ କ୍ରୀକେଟ ଖେଳାଳି ମନୋଜ ଚିନ୍ଦା ଓ ହରେଶ ଦାନି ଯୋଗଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ବିସିଏଲ୍ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର ତଥା ବିସିଏଲ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।