ପାଖରେ ପଇସା ରହୁନାହିଁ କି..କରନ୍ତୁ ଏସବୁ କାମ


ପର୍ସରେ କଏନ୍‌ ଓ ନୋଟ ଅଲଗା ଅଲଗା କରି ରଖନ୍ତୁ । ପର୍ସ ଖୋଲିବା ସମୟରେ କଏନ୍‌ ଯେପରି ତଳେ ନପଡେ଼ । କାରଣ ଏହାଦ୍ୱାରା ଅପବ୍ୟୟ ବଢେ଼  । 
ନିଜର ଜନ୍ମଦିନରେ କମ୍‌ ହେଉକି ଅଧିକ ଟଙ୍କାର; ଏକ ନୋଟରେ ଆପଣଙ୍କ ପିତାମାତା ହାତରେ କେଶର ତିଳକ ଲଗାନ୍ତୁ । ଏହି ନୋଟକୁ ପୂରା ବର୍ଷ ପର୍ସରେ ରଖନ୍ତୁ । ବର୍ଷ ପୂରିବା ଦିନ କୌଣସି ଏକ କନ୍ୟାକୁ ଏହି ନୋଟ ଦେଇ ଦିଅନ୍ତୁ । ପୁନଃ ଏକ ନୋଟରେ ପିତାମାତାଙ୍କ ହାତରେ କେଶର ତିଳକ ଲଗାଇ ପର୍ସରେ ରଖନ୍ତୁ । ଏହାଦ୍ୱାରା ପର୍ସରେ ଟଙ୍କାର ଅଭାବ ରହିବ ନାହିଁ ।
କୌଣସି ଏକ ପୂର୍ଣ୍ଣିମା ଦିନ ଏକ ଲାଲ୍‌ ରେଶମୀ କପଡ଼ାରେ ୨୧ଟି ଅକ୍ଷତ ଚାଉଳ ବାନ୍ଧି ପର୍ସରେ ଲୁଚାଇ ରଖିବା ଦ୍ୱାରା ଅଯଥା ଖର୍ଚ୍ଚ ହେବ ନାହିଁ । 
ବାମ ପଟ ପକେଟରେ ପର୍ସ ରଖୁବା ଶୁଭ । ତେବେ ପର୍ସରେ ଚାବି ରଖନ୍ତୁ ନାହିଁ ।
ପର୍ସରେ କେବେ ବି ନୋଟ୍‌ ମୋଡ଼ି ରଖନ୍ତୁ ନାହିଁ  ।
ପର୍ସରେ ଟଙ୍କା ସହିତ କୌଣସି ବିଲ୍‌ କିମ୍ବା ରସିଦ୍‌ ରଖନ୍ତୁ ନାହିଁ । ଏହାଦ୍ୱାରା ବିବାଦ ବଢ଼ିଥାଏ ।
ବିଡ଼ି/ସିଗାରେଟ ମଧ୍ୟ ପର୍ସରେ ରଖୁବା ଅନୁଚିତ ।
ରାତିରେ ଶୋଇବା ସମୟରେ ପର୍ସକୁ ବିଛଣାରେ ରଖନ୍ତୁ ନାହିଁ । ଯଦି ରଖୁବେ ତା’ହେଲେ କରଜ ବଢ଼ିଥାଏ । ଆଲମିରାରେ ପର୍ସ ରଖି ଶୁଅନ୍ତୁ ।
ଶୌଚ ସମୟରେ ଆଗ ପକେଟରେ ପର୍ସ ରଖନ୍ତୁ ।
ଯଦି ପର୍ସ ଫାଟିଯାଏ ବା ଚିରିଯାଏ, ତୁରନ୍ତ ବଦଳାଇ ଦିଅନ୍ତୁ ।
କରଜ ଶୁଝିବା ପାଇଁ ରଖୁଥିବା ଟଙ୍କାକୁ ପର୍ସରେ ରଖନ୍ତୁ ନାହିଁ । ଯଦି ରଖିବେ ତା’ହେଲେ ଅଧିକ କରଜ ହେବ ।