ନଖରେ ଏହିପରି ଚିହ୍ନ ଦେଖିବାକୁ ମିଳିଲେ ଶୀଘ୍ର ପୂରଣ ହୋଇଥାଏ ମନସ୍କାମନା

ବୁଢ଼ା ଆଙ୍ଗୁଠିର ନଖ ଛଡ଼ା ଅନ୍ୟ ଆଙ୍ଗୁଠି ନଖରେ ଭିନ୍ନ ଭିନ୍ନ ପ୍ରକାରଚିହ୍ନ ଦେଖାଯାଇଥାଏ। ମଝି ଆଙ୍ଗୁଠିର ନଖରେ ଯଦି ଅର୍ଦ୍ଧଚନ୍ଦ୍ର ଆକୃତିର ଚିହ୍ନ ହୋଇଥାଏ ତେବେ ବ୍ୟକ୍ତିକୁ ଖୁବ୍ ଶୀଘ୍ର ଧନପ୍ରାପ୍ତି ହୋଇଥାଏ। ଯେଉଁ ଲୋକମାନେ କାର୍ୟ୍ୟକ୍ଷେତ୍ରରେ ଉନ୍ନତି ଆଶା କରୁଥାନ୍ତିତେବେ ସେମାନଙ୍କୁ ବିଶି ଆଙ୍ଗୁଠି ଦେଖିବା ଉଚିତ୍।
ହସ୍ତରେଖା ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବିଶି ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ରଦେଖାଗଲେ ଉନ୍ନତିର ଆଶା ପୂରଣ ହେବ। ଚତୁର୍ଥ ଆଙ୍ଗୁଠିର ନଖ ମଝିରେ ଅର୍ଦ୍ଧଚନ୍ଦ୍ରର ଆକୃତି ଦେଖାଗଲେମାନ-ସମ୍ମାନ ଏବଂ ପୁରସ୍କାର ପ୍ରାପ୍ତି ହୋଇଥାଏ। ଛାତ୍ରଛାତ୍ରୀମାନଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାରେମିଳୁଥିବା ସଙ୍କେତକୁ ମଧ୍ୟ ଏଥିରେ ଗଣାଯାଇଥାଏ। ସବୁଠୁ ଛୋଟ ଆଙ୍ଗୁଠି ବା କାଣିଆଙ୍ଗୁଠି ଯାହାକୁବୁଧ ଆଙ୍ଗୁଠି ମଧ୍ୟ କୁହାଯାଇଥାଏ। ଯଦି ଏହି ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ର ଆକୃତି ଦେଖାଯାଏ ତେବେ ବ୍ୟବସାୟରେଉନ୍ନତି ଏବଂ ଲାଭର ସଙ୍କେତ ଦେଖାଯାଇଥାଏ।
ହସ୍ତରେଖା ବିଶେଷଜ୍ଞଙ୍କ ଅନୁସାରେ ନଖ ଅଧିକ ଦୀର୍ଘ ଏବଂ ଚଉଡ଼ା ହୋଇଥିଲେଫୁସଫୁସ ଦୁର୍ବଳ ହୋଇଥାଏ। ଉତ୍ତମ ନଖ ଥିବା ବ୍ୟକ୍ତି ଧନବାନ୍ ହୋଇଥାନ୍ତି। ଯେଉଁମାନଙ୍କ ନଖରେକୈାଣସି ଦାଗ ନଥାଇ ଚିକ୍କଣ ଥାଏ ଏବଂ ଲାଲ ରଙ୍ଗର ହୋଇଥାଏ ସେମାନେ ମଧ୍ୟ ଧନୀ ହୋଇଥାନ୍ତି।