କ୍ରିକେଟ ମ୍ୟାଚ ପାଇଁ କଟକରେ ଟ୍ରାଫିକ୍‌ କଟକଣା

କ୍ରିକେଟ ମ୍ୟାଚ ପାଇଁ କଟକରେ ଟ୍ରାଫିକ୍‌ କଟକଣା

କଟକ: କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି  କରାଯାଇଛି । ଶନିବାର ନେଟ୍‌  ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି  ୯ଟା ଏବଂ ରବିବାର ସକାଳ  ୮ଟାରୁ ଭିଡ ଭାଙ୍ଗିବା ପର୍ୟ୍ୟନ୍ତ ଏହି  କଟକଣା ବଳବତ୍ତର ରହିବ ।   
କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା  ତଳ ପଡିଆରେ ପାର୍କିଂ କରିବେ ।  ହାୱାଡାମୋଟର୍ସ ଛକ ଓ ମଣିସାହୁ ଛକ ପଟୁ ଆସୁଥିବା  ଗାଡ଼ିଗୁଡିକ ଲ' ହଷ୍ଟେଲ ଛକରୁ ରିଂରୋଡକୁ  ଯାଇ ତଳ ବାଲିଯାତ୍ରା ପଡିଆରେ ରଖିବେ ।  ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ  ଆସୁଥିବା ଗାଡି ଆନନ୍ଦଭବନ ଛକରୁ ସିଧା କିଲ୍ଲା  ପଡିଆ ଆଡକୁ ଯାଇପାରିବ ନାହିଁ । ଏହି ଗାଡ଼ିଗୁଡିକ  ଖ୍ରୀଷ୍ଟିୟାନ ପଡ଼ିଆରେ ରହିବ । ହରିଣ ପାର୍କ ଏବଂ  ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା  ଗାଡ଼ିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି  ପାର୍କିଂସ୍ଥଳକୁ ଯିବେ । ସମାଜ ଅଫିସ ଛକ ଆଡୁ  ଆସୁଥିବା ଗାଡ଼ିଗୁଡିକୁ ହନୁମାନ ମନ୍ଦିର ଆଡକୁ  ନଯାଇ ଚଣ୍ଡୀଛକ ହୋଇ ଖ୍ରୀଷ୍ଟିଆନ ପଡ଼ିଆକୁ ଯିବେ ।  କେବଳ ଓସିଏ ପାସ୍‌ଧାରୀ ଗାଡ଼ି ଷ୍ଟାଡିୟମର ୧ ନମ୍ବର  ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ । ମଧୁସୂଦନ  ପ୍ରତିମୂର୍ତ୍ତି ଛକରୁ କୌଣସି ଗାଡ଼ି ଷ୍ଟାଡିୟମ ଆଡକୁ  ଯାଇପାରିବ ନାହିଁ । ଲାୟନ୍ସ ଚକ୍ଷୁ ହସ୍ପିଟାଲ ଛକରୁ  କିଲ୍‌ଖାନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ।  ସେହି ରାସ୍ତାରେ ଆସୁଥିବା ଗାଡ଼ିଗୁଡିକ କଳାବିକାଶ  କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ । ତେବେ ମ୍ୟାଚ୍‌  ଦିନ ଅର୍ଥାତ ରବିବାର ସକାଳ ୮ଟାରୁ ରାତି ୨ଟା  ପର୍ୟ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ  କୌଣସି ଭାରୀଯାନ ଚଳାଚଳ କରିପାରିବ ୟନାହିଁ । ସେହିପରି ଶନିବାର ନେଟ୍‌ ଅଭ୍ୟାସ  ପାଇଁ ରିଂରୋଡର ଚହଟା ଛକ ଓ ଶିଖରପୁର  ଛକରୁ ବାଉଁଶ ଗଡା ପର୍ୟ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ୟ୍ୟନ୍ତ କୌଣସି ଭାରୀଯାନ ଚଳାଚଳ  କରିବ ନାହିଁ ବୋଲି କଟକଣା ଜାରି କରାଯାଇଛି  ।