ଅନ୍ତୋଦୟ ଯୋଜନାରେ ମିଳିବ ପକ୍କା ଘର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ହିତାଧୀକାରୀଙ୍କୁ ଅନ୍ତୋଦୟ ଯୋଜନାରେ ପକ୍କା ଘର ମିଳିବ। ଏହାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଏହି ଯୋଜନାରେ ଘର ମିଳିବ। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଘର ପାଇବେ। ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପିଏମ ଆବାସ ଯୋଜନାରେ ୪ ଏବଂ ୬ ମାସରେ ଘର ନିର୍ମାଣ କାମ ସାରିଲେ ବୋନସ ମିଳିବ।