ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଓଲଟିଲା ଟ୍ରକ

ଅନୁଗୋଳ ସହର ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗରସ୍ଥିତ ସିପିପି ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର ଅଳ୍ପକେବର୍ତ୍ତୀ ଯାଇଛନ୍ତି। ଆହତ ଡ୍ରାଇଭର ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ମିଳଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଅନୁଗୋଳରୁ କଟକ ଯାଉଥିବା ଅମୂଲ ବୋଝେଇ ଟ୍ରକ(ନଂ.ଓଡି୧୯ଜେଡ୍‌-୨୯୧୭) ସିପିପି ଛକ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଡକୁ ଧକ୍କାଦେଇ ଓଲଟି ପଡିଥିଲା। ଏପରିକି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇ ଜାତୀୟ ରାଜପଥ ଉପରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଦ୍ୟୁତ୍‌ ବିଭାଗ ଅଧିକାରୀ ପହଞ୍ଚି ବିଦ୍ୟୁତ୍‌ କାଟ କରିଥିଲେ। ଖବର ପାଇ ନାଲକୋ ପୋଲିସ ପହଞ୍ଚି ଆହତ ଗାଡ଼ି ଚାଳକଙ୍କୁ ଟ୍ରକ ଭିତରୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଲା। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାଶର୍‌ବରେ ଶହଶହ ଗାଡ଼ି ଅଟକି ରହିଥିବା ଦେଖୁବାକୁ ମିଳିଥିଲା। ପୋଲିସ ଟ୍ରକକୁ ହଟାଇବା ପରେ ଗାଡ଼ି ଚଳାଚଳରେ ସ୍ବାଭାବକ ହୋଇଥିଲା।