କାଳବୈଶାଖୀ କ୍ଷୟକ୍ଷତିର ଟଙ୍କା ଆଜି ମିିଳିବ

କାଳବୈଶାଖୀ କ୍ଷୟକ୍ଷତିର ଟଙ୍କା  ଆଜି ମିିଳିବ

ବାରିପଦା: ମୟୂରଭଞ୍ଜ ଜିଲାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ରବିବାର ଅନଲାଇନ୍‌ରେ ଟଙ୍କା ମିଳିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ। ମୟୂରଭଞ୍ଜ ଜିଲାରେ ୧୭ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି।