୧୬ ଦିନ ପୂର୍ବରୁ ମୌସୁମୀ : ବର୍ଷାରେ ମୁମ୍ବାଇ ବେହାଲ୍

ମୁମ୍ବାଇ : ୧୬ ଦିନ ପୂର୍ବରୁ ମୁମ୍ବାଇରେ ମୌସୁମୀ ପହଞ୍ଚôଛି । ପ୍ରାକ୍ ମୌସୁମୀ ବର୍ଷା ଓ ମୌସୁମୀ ବର୍ଷାରେ ମୁମ୍ବାଇର ହାଲ୍ ବେହାଲ୍ ହୋଇଯାଇଛି । ୨୪ ଘଣ୍ଟାରେ ଏତେ ବର୍ଷା ହୋଇଛିଯେ, ମୁମ୍ବାଇ ୧୦୭ ବର୍ଷର ରେକର୍ଡ଼ ଭାଙ୍ଗିଛି । ଅନେକ ସହର ପାଣିରେ ଉବୁଟୁବୁ ହୋଇଯାଇଛି । ସ୍ଥିତି ଏମିତି ହୋଇଛିଯେ, ମୁମ୍ବାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ୨୫ ବର୍ଷ ପରେ ମୁମ୍ବାଇରେ ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚôଛି । ସାଧାରଣତଃ ଜୁନ୍ ୧୧ରେ ମୌସୁମୀ ମୁମ୍ବାଇରେ ପହଁଚିଥାଏ । ଚଳିତ ବର୍ଷ କିନ୍ତୁ ମେ’ ୨୬ରେ ମୌସୁମୀ ପହଞ୍ଚôଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ସେହିପରି ଥାନେ ଓ ରାଇଗଡ଼ରେ ବି ରେଡ଼ ଆଲର୍ଟ ଜାରିହୋଇଛି । ପାଣି ଜମି ରହିଥିବାରୁ ଗମନାଗମନ ଠପ୍ ହୋଇଯାଇଛି । ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ବି ଲାଗି ରହିଥିଲା । ମୁମ୍ବାଇ ମେଟ୍ରୋର ଅଣ୍ଡରଗ୍ରାଉଣ୍ଡ ଷ୍ଟେସନରେ ପାଣି ପଶିଯାଇଛି । କୁର୍ଲା, ସିଓନ, ଦାଦର ଓ ପାରେଲ ଭଳି ଅନେକ ଅଞ୍ଚଳରେ ଗାଡ଼ି ପାଣି ଭିତରେ ଫଶିଯାଇଛି । ଶକର ପଞ୍ଚାୟତ, ସିଓନ ସର୍କଲ, ଦାଦର ଟିଟି, ହିନ୍ଦମାତା, ଜେଜେ ମାଡ଼ାଭି ପୋଷ୍ଟ ଅଫିସ୍, କୁର୍ଣ୍ଣେ ଛକ, ୱର୍ଲିର ବିନ୍ଦୁମାଧବ ଜଙ୍କସନ, ଫାଇଭ ଗାର୍ଡ଼େନର ମାଚାରଜି ଯୋଶୀ ମାର୍ଗରେ ବି ପ୍ରବଳ ପାଣି ଜମି ରହିଛି । ଜଳବନ୍ଦୀ ଅଞ୍ଚଳଗୁଡ଼ିକୁ ସିସିଟିଭି ଦ୍ୱାରା ନୀରିକ୍ଷଣ କରାଯାଉଛି । ଟ୍ରେନ୍ ବିଳମ୍ବରେ ଚାଲୁଥିବାବେଳେ ପ୍ରାୟ ୨୫୦ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।