ଗାଜାକୁ ନେଇ ଦେଲେ ବଡ଼ ବୟାନ : ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା

ଗାଜାକୁ ନେଇ ଦେଲେ ବଡ଼ ବୟାନ : ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା

ଓ୍ବାଶିଂଟନ:  ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଚାହାଁନ୍ତି ଆମେରିକା ଗାଜା ଷ୍ଟ୍ରିପର ମାଲିକାନା ନେଉ ଏବଂ ଅନ୍ୟ ଦେଶରେ ପାଲେଷ୍ଟାଇନୀ ଲୋକଙ୍କୁ ବସତି ଯୋଗାଇ ଏହି ଅଞ୍ଚଳକୁ ପୁନଃବିକାଶ କରୁ। ଟ୍ରମ୍ପ କହିଛନ୍ତି, ଆମେରିକା ଗାଜା ଷ୍ଟ୍ରିପ ଦଖଲ କରିବ ଏବଂ ଆମେ ଏଠାରେ କାମ କରିବୁ। ଆମେ ଏହାର ମାଲିକାନା ନେବୁ ଏବଂ ସମସ୍ତ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାର ଦାୟିତ୍ୱ ନେବୁ। ଏହା ବ୍ୟତୀତ, ସେ କହିଛନ୍ତି , ଆମେରିକା ଏହି ଅଞ୍ଚଳରେ ଧ୍ୱଂସପ୍ରାପ୍ତ କୋଠାଗୁଡ଼ିକର ଭଗ୍ନାବଶେଷ ସଫା କରିବ ଏବଂ ଏହା ପରେ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରିବ। ତଥାପି, ଟ୍ରମ୍ପ ଏହି ଯୋଜନାରେ କାମ କରିବାର ପଦ୍ଧତି କିମ୍ବା ଏହାର ପରିଚାଳନା ବିଷୟରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାଁନ୍ତି। ସେ ଏହା କହି ନାହାନ୍ତି ଯେ ଆମେରିକା ଏହି ଅଞ୍ଚଳକୁ କିପରି ଶାସନ କରିବ କିମ୍ବା ପାଲେଷ୍ଟାଇନୀ ଲୋକଙ୍କ ପୁନର୍ବାସ ପାଇଁ କ’ଣ ଯୋଜନା କରାଯିବ।